ଦରଗାହ ଓ ସୁଫୀବାଦ – ଭାରତର ବହୁସଂସ୍କୃତି ସମ୍ପନ୍ନ ପରମ୍ପରାର ପ୍ରତୀକ. |

1059

କଟକ ( ଉତ୍କଳ ନ୍ୟୁଜ ). ୧୧-୦୮-୨୦୨୬ : ଇସଲାମ ଧର୍ମର ସୁଫୀବାଦୀ ପରମ୍ପରା, ଅତୀତ କାଳରୁ ସାମାଜିକ ସୌହାଦ୍ୟ ସ୍ଥାପନ ଓ ବହୁସଂସ୍କୃତି ପରମ୍ପରାର ବିକାଶ ପାଇଁ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ପ୍ରେମ, ସହିଷ୍ଣୁତା ଓ ଏକୀକୃତ ସତ୍ତା ଭଳି ସିଦ୍ଧାନ୍ତ ଉପରେ ବିଶ୍ବାସ ରଖୁଥିବା ଏହି ପରମ୍ପରା ଈଶ୍ବରଙ୍କ ସହ ଏକ ବ୍ୟକ୍ତିଗତ ସମ୍ୱନ୍ଧ ଉପରେ ଗୁରୁତ୍ବାରୋପ କରିଥାଏ । ସୁଫୀବାଦର ଏହି ସମାବେଶୀ ସଂସ୍କୃତିର ଅନ୍ୟ ଏକ ଉଦାହରଣ ହେଉଛି ନିଜାମୁଦ୍ଦିନ ଆଉଲିଆଙ୍କ ଇତିହାସ ଏବଂ ଦିଲ୍ଲୀରେ ଅବସ୍ଥିତ ତାଙ୍କ ଦରଗାହର ମହତ୍ଵପୂର୍ଣ୍ଣ ଭୂମିକା ।ଚିସ୍ତି ପରମ୍ପରାର ମହାନ ସୁପୀ ସନ୍ଥ ନିଜାମୁଦ୍ଦିନ ଚତୁର୍ଦ୍ଦଶ ଶତାବ୍ଦୀରେ ସୁଫୀବାଦର ଏହି ସମାବେଶୀ ଶିକ୍ଷାର ପ୍ରତୀକ ଥିଲେ । ସେ ଭାଇଚାରା ଏବଂ କରୁଣା ଭଳି ମୂଲ୍ୟବୋଧର ଶିକ୍ଷା ଦେଇ ସମସ୍ତ ଧର୍ମ ଜାତି ଏବଂ ସମାଜିକ ପୃଷ୍ଠଭୂମିର ଲୋକଙ୍କୁ ତାଙ୍କ ଆଧ୍ୟାତ୍ମିକ ଶିକ୍ଷାରେ ଭାଗ ନେବା ପାଇଁ ସାଗତ କରିଥିଲେ । ଓ୍ବାହାଦତ୍ ଭଲ ଓଜୁଦ୍ ବା ଅସ୍ତିତ୍ବର ଏକତାର ଭଳି ସିଦ୍ଧାନ୍ତ ଉପରେ ଗଭୀର ଗୁରୁତ୍ବାରୋପ କରି ନିଜାମୁଦ୍ଦିନ ଆଉଲିଆ ଦର୍ଶାଇଥିଲେ ଯେ ଭଗବାନ ସମସ୍ତ ସୃଷ୍ଟିରେ ଅବସ୍ଥିତ ଏବଂ ସମସ୍ତ ପଥ ସମାନ ଈଶ୍ବରୀୟ ବାସ୍ତବତାରେ ପହଂଚାଇଥାଏ । ଏହି ସିଦ୍ଧାନ୍ତ ଦ୍ବାରା ସେ ବିଭିନ୍ନ ସମ୍ପ୍ରଦାୟ ସହ ଗଭୀର ସର୍ମକ ସ୍ଥାପନ କରି ଧାର୍ମିକ ସୀମାର ଉର୍ଦ୍ଧ୍ବରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ବୃଦ୍ଧି କରିଥିଲେ । ବର୍ତ୍ତମାନ ସମୟରେ ମଧ୍ୟ ନିଜାମୁଦ୍ଦିନଙ୍କ ଦରଗାହ ଏହି ମୂଲ୍ୟବୋଧର ଆର୍ଦଶ ଭାବରେ ଛିଡା ହୋଇଛି । ଏହା କେବଳ ଏକ ସାଂସ୍କୃତିକ ସ୍ଥାନ ନୁହେଁ ବରଂ ଏକ ଜୀବନ୍ତ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ସ୍ଥାନ ଯାହା ଧର୍ମ ନିର୍ବିଶେଷରେ ବିଭିନ୍ନ ବର୍ଗର ଭକ୍ତ ଏବଂ ପରିଦର୍ଶକଙ୍କୁ ଆର୍କର୍ଷିତ କରିଥାଏ ଏବଂ ଏହାଫଳରେ ଏହି ଦରଗାହ ଭାରତର ସମାବେଶୀ ସଂସ୍କୃତିର ପ୍ରତୀକ ପାଲଟିଛି । ଏଠାରେ ହିନ୍ଦୁ, ମୁସଲମାନ, ଶିଖ୍ ସମେତ ଅନ୍ୟ ଧର୍ମାବଲମ୍ବୀ ମାନେ ଆଶିବାଦ ପାଇବା ପାଇଁ, କୱାଲି ପ୍ରଦର୍ଶନରେ ଅଂଶ ଗ୍ରହଣ ଏବଂ ଉର୍ସ ପାଳନ କରିବାକୁ ଏକତ୍ରିତ ହୋଇଥାଆନ୍ତି । କିନ୍ତୁ ସାମ୍ପ୍ରଦାୟିକ ସୌହାର୍ଯ୍ୟରେ ଏହାର ମହତ୍ଵପୂର୍ଣ୍ଣ ଅବଦାନ ସତ୍ତ୍ବେ ଘୃଣା ବଢାଇବାକୁ ଚାହୁଁଥିବା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଅପଚେଷ୍ଟା ଯୋଗୁଁ ଦରଗାହ ଗୁଡିକ ନିଜ ଆଦର୍ଶକୁ ବଂଚାଇ ରଖିବା ପାଇଁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ନ୍ୟସ୍ତସାର୍ଥ ଗୋଷ୍ଠୀ ସେମାନଙ୍କ ବିଭାଜନକାରୀ ଅପପ୍ରଚାର ଦ୍ବାରା ସୁଫୀ ଶ୍ରଦ୍ଧାଳୁ ମାନଙ୍କ ସମାବେଶୀ ପରମ୍ପରାକୁ ଦୁର୍ବଳ କରିବାକୁ ଚେଷ୍ଟ। କରନ୍ତି । ଏହିପରି କାଯ୍ୟ କେବଳ ସୁପୀ ସନ୍ଥମାନଙ୍କ ଆଦର୍ଶକୁ ଭଙ୍ଗ କରେ ନାହିଁ ବରଂ ବିବିଧତା ମଧ୍ୟରେ ସହାବସ୍ଥାନ ଥିବା ଭାରତର ଆଦର୍ଶକୁ ମଧ୍ୟ ନଷ୍ଟ କରେ । ତେଣୁ ଏହି ବିଭାଜନକାରୀ ଶକ୍ତି ଗୁଡିକର ମୁକାବିଲା ପାଇଁ ସୁଫୀ ଶିକ୍ଷା ଏବଂ ଭାରତର ଐତିହ୍ୟରେ ଏହାର ଅବଦାନ ଉପରେ ପୁନଃ ଗୁରୁତ୍ବ ଦେବା ଆବଶ୍ୟକ । ସେଥିପାଇଁ ସୁଫୀବାଦର ସମୃଦ୍ଧ ଇତିହାସ ପାଇଁ ବିଶିଷ୍ଟ ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଏହି ମୂଲ୍ୟବୋଧର ସଂରକ୍ଷଣ ତଥା ପ୍ରଚାର କରିବାରେ ଏକ ପ୍ରମୂଖ ଭୂମିକ। ଗ୍ରହଣ କରିପାରିବ । ନିଜାମୁଦ୍ଦିନ ଆଉଲିଆଙ୍କ ପରି ସନ୍ଥ ମାନଙ୍କ ଜୀବନ ଏବଂ ଶିକ୍ଷାକୁ ପ୍ରତିଫଳିତ କରୁଥିବା ଶିକ୍ଷା ସାଂମ୍ପ୍ରଦାୟିକ ସାମ୍ପ୍ରଦାୟିକ ସୌହାଦ୍ୟର ମହତ୍ବକୁ ବୃଦ୍ଧି କରିବାରେ ସହାୟକ ହେବ । ନିଜାମୁଦ୍ଦିନ ଆଉଲିଆଙ୍କ ଜୀବନୀର ଉଦାହରଣ ଏବଂ ବିଭିନ୍ନ ସମ୍ପ୍ରଦାୟକୁ ଏକତ୍ରୀତ କରିବାରେ ତାଙ୍କ ଦରଗାହର ମହତ୍ଵ ସୁଫୀବାଦର ରୁପାନ୍ତରକାରୀ ଶକ୍ତିକୁ ସୂଚିତ କରିଥାଏ । ପ୍ରେମ, ସହନଶୀଳତା ଏବଂ ସମସ୍ତ ପ୍ରାଣୀ ମାନଙ୍କର ଏକତା ଉପରେ ଗୁରତ୍ବ ଦେଇ ସୁଫୀବାଦ ବିଭାଜନ ଏବଂ ମତଭେଦର ସମସାମୟିକ ଆହ୍ବାନର ସମାଧାନ ପାଇଁ ଏକ ପଥ ପଦାନ କରେ । ତେଣୁ ସମାଜରେ ସମାବେଶୀତା ଏବଂ ପାରସ୍ପରିକ ସମ୍ମାନକୁ ଗୁରୁତ୍ବ ଦେବା ଭଳି ମୂଲ୍ୟବୋଧର ବିକାଶ କରିବା ସହ ନୂତନ ପିଢିକୁ ପ୍ରେରଣା ଯୋଗାଇବାପାଇଁ ସୁଫୀବାଦର ଆର୍ଦଶଗୁଡିକର ପାଳନ ଏକାନ୍ତ ଆବଶ୍ୟକ ଅଟେ । ଏମତି ସଲୀମ୍ (ପିଏଚ୍‌ଡି, ଜାମିଆ। ମିଲିଆ ଇସଲାମିଆ )