କଟକ (ଉତ୍କଳ ନ୍ୟୁଜ ) ୧୨-୦୨-୨୦୨୫ : ମହିଳାଙ୍କ ମୌଳିକ ଅଧିକାରର ସୁରକ୍ଷା ଲାଗି ଆଇନଗତ ଢାଞ୍ଚାକୁ ସୁଦୃଢ କରିବା ଏବଂ ନ୍ୟାୟ ବ୍ୟବସ୍ଥାକୁ ବ୍ୟାପକ ଗୁରୁତ୍ଵ ଦେବା ଉଦ୍ଦେଶ୍ୟରେ ଆଜି ଗାନ୍ଧୀ ସ୍ମ୍ରତିପୀଠ ତେଲେଙ୍ଗାପେଣ୍ଠ ଠାରେ ଓଡିଶା ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ଯରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଭଦ୍ରା ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ସମ୍ପର୍କରେ ସଚେତନତା ଏବଂ ସେମାନଙ୍କ ପାଇଁ ଥିବା ନିୟମ ଉପରେ ଆଲୋକପାତ କରିଥିଲେI ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶୁଭ୍ର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସମନ୍ବିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ରଶ୍ମିତା ମହାନ୍ତି, ଅଙ୍ଗନବାଡି ଦିଦି, ଆଶା କର୍ମୀ,କଲେଜ ଛାତ୍ରୀ ,ଅଦ୍ବିକା କିଶୋରୀ,ମହିଳା ସରପଞ୍ଚ ଓ ମେଡିକାଲ ଅଫିସର ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଆକ୍ସନ ଏଡ଼ ର ଜାତୀୟ ପ୍ରକଳ୍ପ ପ୍ରମୁଖ ଶ୍ରୀ ଘାସିରାମ ପଣ୍ଡା ଯୋଗଦେଇ ମହିଳାମାନଙ୍କ ଆଚରଣ ,ମହିଳା ଓ ପୁରୁଷ ମଧ୍ୟରେ ଫରକ, ଶାରୀରିକ ହିଂସା ରୁ ସୁରକ୍ଷା , ଜାତିଗତ ହିଂସା, ଲିଙ୍ଗ ଭିତିକ ହିଂସାକୁ ଗୁରୁତ୍ଵ ନଦେବା ଉପରେ ଆଲୋଚନା କରିଥିଲେ I କ୍ଲାପର ସଭାପତି ଶ୍ରୀ ବିକାଶ ଦାଶ ପାରିବାରିକ ହିଂଶା ଆଇନ, ଶାରୀରିକ ହିଂସା ଆଦି ଉପରେ ଆଲୋଚନା କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କର୍ଜୟାଳୟ ପକ୍ଷରୁ ଆକ୍ସନ ଏଡ଼ ଜିଲ୍ଲା ସଞ୍ଜୋଜିକା ନିବେଦିତI ପାଣିଗ୍ରାହୀ, ଜିଲ୍ଲା ସଞ୍ଜୋଯକ ପୋଷଣ ଶ୍ରୀକାନ୍ତ ଜେନା ଉପସ୍ଥିତ ଥିଲେ I ସଭା ଶେଷରେ ପ୍ରୋଗ୍ରାମ ଅଫିସର ସ୍ଵର୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I