କଟକ ( ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୬ : ଶ୍ରୀରାମ ବିଜୟା ଦଶମୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡିରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କ ସମେତ ଯୁବତୀ, ଯୁବକମାନେ ସାମିଲ ହୋଇଥିଲେ । ତିହିଡିସ୍ଥିତ ଶ୍ରୀରାମ ମନ୍ଦିର ନିକଟରୁ କଳାସ ଶୋଭାଯାତ୍ରାରେ ବାହାରି ମଙ୍ଗରାଜପୁର ଗ୍ରାମସ୍ଥିତ ହନୁମାନ ପୋଖରୀରେ ଜଳଲାଗି କରିଥିଲେ । ସେଠାରୁ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ପରେ କଳସଗୁଡିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଯଜ୍ଞର କର୍ତ୍ତା ଭାବେ ଯଯାତି କେଶରୀ ଦାସ ଓ ଲିଜାରାଣୀ ଅଧିକାରୀ, ପୂଜକ ରଘୁନାଥ ଦାଶ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ସମିତିର ସଭାପତି କିଶୋର କୁମାର ନାୟକ, ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ସମିତିସଭ୍ୟା ଜ୍ୟୋସ୍ନାରାଣୀ ଜେନା, ଡ. ଲଷ୍ମୀଧର ତ୍ରିପାଠୀ, ପି. ହୃଷିକେଶ, ବିଶ୍ୱଜିତ ବେହେରା, ଅଜୟ ନାୟକ, ସୀତାକାନ୍ତ ନାୟକ ଓ ପ୍ରଶାନ୍ତ ବଳ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଉକ୍ତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସୁବାଶିନୀ ବଳ, କ୍ଷୀରଲତା ନାୟକ, ମଞ୍ଜୁଲତା ମପା, ବିଜୟଲକ୍ଷ୍ମୀ ଦାସ, ଅନୁସୟା ବେହେରା, ଜ୍ୟୋସ୍ନାରାଣୀ ବେହେରା, ସାବିତ୍ରୀ ନାୟକ, ଅପର୍ଣ୍ଣା ବେହେରା, ସ୍ୱର୍ଣ୍ଣପ୍ରଭା ଦାସ, ମନୋରମା ପାତ୍ର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆସନ୍ତା ବିଜୟା ଦଶମୀରେ ବିଭିନ୍ନ ଅଞ୍ଚଳରୁ ପ୍ରଜ୍ଞାପନ ମେଢ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବ ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାବକ ବ୍ୟବସ୍ଥା କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |