କଟକ ଡ୍ରେନେଜ ବିଭାଗ ର ପ୍ରୟାସ ପରେ , ଚାଷୀ ଙ୍କ ମୁହଁ ରେ ଫୁଟିଲା ହସ |

56

କଟକ ଡ୍ରେନେଜ ବିଭାଗ ର ପ୍ରୟାସ ପରେ , ଚାଷୀ ଙ୍କ ମୁହଁ ରେ ଫୁଟିଲା ହସ | କଟକ (ଉତ୍କଳ ନ୍ୟୁଜ ) ୨୦-୬-୨୦୨୫ : ଚାଷୀ ଙ୍କ ମୁହଁ ରେ ଫୁଟିଲା ହସ , ଚାଷ କାର୍ଯ୍ୟ କୁ ସରସ ସୁନ୍ଦର କରିବା ପାଇଁ ସରକାର ଙ୍କ ପକ୍ଷ ରୁ ହୋଇଥିବା ପ୍ରୟାସ କୁ ସ୍ୱାଗତ କଲେ ଚାଷୀ ସମାଜ | ଚାଷ କାର୍ଯ୍ୟ କରିବା ପାଇଁ ଚାଷ ଜମି ରେ ପାଣି ର ଅଭାବ କୁ ପରିଲିକ୍ଷିତ କରି କଟକ ଡ୍ରେନେଜ ବିଭାଗ ପକ୍ଷ ରୁ ପ୍ରଶଂସନୀୟ ପ୍ରୟାସ ହୋଇଛି | ଚାଷ ଜମି ରେ ପାଣି ମଡ଼ାଇବା ପାଇଁ ଛତିଶା ପାଟ, ସିଂଗିଲ ଜୋର , ଇନ୍ଦ୍ରାଣୀପାଟଣା , ପୁଷ୍ପଙ୍ଗୀ ଆଦି ଅଂଚଳ ରେ କେନାଲ ଗୁଡିକୁ ପୁନରୁଦ୍ଧାର କରାଯାଇଛି | ଯାହା ଦ୍ୱାରା ଚାଷୀ ମାନେ ରବି ଫସଲ ଠାରୁ ଆରମ୍ଭ କରି ଖରିଫ ଫସଲ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଚାଷ କରି ଉପକୃତ ହୋଇପାରିବେ | ଏ ନେଇ ସ୍ଥାନୀୟ ଚାଷୀ ଙ୍କ ମୁହଁ ରେ ଖୁସି ର ଝଲକ ଦେଖିବାକୁ ମିଳିଛି | ପ୍ରକାଶ ଥାଉକି , ଦୀର୍ଘ ବର୍ଷ ଧରି ଏହି କେନାଲ ଗୁଡିକ ରୁ ପାଣି ଶୁଖିଯିବା ସହ କେନାଲ ଗୁଡିକ ମାନଚିତ୍ର ରୁ ଏକ ପ୍ରକାର ନିଶ୍ଚିନ ହେବା ସହ କିଛି ମାଫିଆ ଙ୍କ କବଜା ରେ ରହିଥିଲା | ପାଣି ପାଇଁ ଚାଷ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯିବା ସହ ଯିବ ଜନ୍ତୁ , ଗାଈ ଗୋରୁ ମାନେ ଟୋପାଏ ପାଣି ପାଇଁ ବିକଳ ହେଉଥିଲେ | ଚଳିତବର୍ଷ କଟକ ଡ୍ରେନେଜ ବିଭାଗ ର ବିଭାଗୀୟ ଅଧିକାରୀ ମାନେ ଏହାକୁ ଗୁରୁତର ସହ ନେଇ କେନାଲ ଗୁଡିକୁ ର ସ୍ଥିତି ଉଦ୍ଧାର କରିବା ସହ ଏହାକୁ ଖୋଳି ବର୍ଷ ତମାମ ଯେପରି ଚାଷ ଓ ଗୃହପାଳିତ ପଶୁମାନଙ୍କ ପାଇଁ ପାଣି ଉପଲବ୍ଧ ହୋଇପାରିବ ସେ ନେଇ କାର୍ଯ୍ୟ କୁ ଆହୁରି ତ୍ବରାନ୍ଵିତ କରିଛନ୍ତି | ଯାହାକୁ ନେଇ କଣ କହୁଛନ୍ତି ଚାଷୀ ..|

ରାଜକିଶୋର ମହାପାତ୍ର (ଚାଷୀ ) ----- ବହୁ ବର୍ଷ ପରେ କେନାଲ ଗୁଡିକ କାର୍ଯ୍ୟକ୍ଷମ ହୋଇଥିବା ରୁ ବର୍ଷତମାମ ଧାନ ଚାଷ ଠୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ କରି ଆମେ ଆମର ପରିବାର ପ୍ରତିପୋଷୋଣା କରିପାରିବୁ | ଏଥିପାଇଁ ସରକାର ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ | ଚଷାପଡା ଗ୍ରାମ

ମଧୂସୁଧନ ମହାନ୍ତି (ଚାଷୀ ) ---- କେନାଲ ଟି କାର୍ଯ୍ୟକ୍ଷମ ହେବା ଦ୍ୱାରା ଆମେ ମାନେ ବହୁତ ଖୁସି | ପାଣି ର ସମସ୍ୟା ସମାଧାନ ହୋଇଥିବା ରୁ ଆମେ ମାନେ ଧାନ , ମୁଗ , ବିଭିନ୍ନ ପନିପରିବା ସହ ବାରମାସୀ ଫସଲ ଉତ୍ପାଦନ କରି ସ୍ୱାବଲମ୍ବୀ ହୋଇପାରିବୁ | ଇନ୍ଦ୍ରାଣୀପାଟଣା |