କଟକ (ଉତ୍କଳ ନ୍ୟୁଜ ) ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ବାଲିସାହି ପଞ୍ଚାୟତ ହାତୀବାରୀ ଗ୍ରାମର ଶ୍ରୀକାନ୍ତ ଖଟୁଆ ୩୦ ବର୍ଷ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା ସମୟରେ ଦିନ ପ୍ରାୟ ସାଢେ ଦଶଟା ସମୟରେ ଏକ ଦନ୍ତା ବାରହା ଶ୍ରୀକାନ୍ତଙ୍କ ଦୁଇ ଜଙ୍ଘ, ବାମ ହାତ, ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲା ।ଗୁରୁତର ଆହତ ଅବସ୍ଥାରେ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।।