ବିଜେପି ନେତା ନୟନ ମହାନ୍ତିଙ୍କ ମାରାଥନ ଗ୍ରସ୍ତ କାର୍ଯ୍ୟକ୍ରମ ରେ ଇନ୍ଦ୍ରାଣୀ ପାଟଣା ପଞ୍ଚାୟତ ଚଷାପଡ଼ା ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ|

693

କଟକ(ଉତ୍କଳ ନିଉଜ)୧୭/୦୭/୨୦୨୫ :ବିଜେପି ନେତା ନୟନ ମହାନ୍ତିଙ୍କ ମାରାଥନ ଗ୍ରସ୍ତ କାର୍ଯ୍ୟକ୍ରମ ରେ ଇନ୍ଦ୍ରାଣୀ ପାଟଣା ପଞ୍ଚାୟତ ଚଷାପଡ଼ା ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ | ଗୁରୁବାର ନିଜର କର୍ମୀ ମାନଙ୍କ ସହ ଇନ୍ଦ୍ରାଣୀପାଟଣା ଗ୍ରାମ ପଂଚାୟତ ର ଚଷାପଡା ଗ୍ରାମ ମହାନଦୀ ୟୁଥ କ୍ଳବ୍ ଠାରେ ଗ୍ରାମବାସୀଙ୍କ ସହ ଏକ ସଭା କାର୍ଯ୍ୟ କରିଥିଲେ ।ମା ମାନେ ହୁଳହୁଳୀ ପକାଇ ବିଜେପି ନେତା ନୟନ ମହାନ୍ତି ଙ୍କୁ ଜୋରଦାର ସ୍ଵାଗତ କରିଥିଲେ । ସଭାରେ ଗ୍ରାମବାସୀଙ୍କ ସହ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଜେପି ନେତା । ପରେ ଯଶଶ୍ଵି ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ , 'ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ,ଚଷାପଡ଼ା ଗ୍ରାମର ହରିଖଳା ପୀଠ ପରିସରରେ ବୃକ୍ଷ ରୋପଣ , ନିଗମାନନ୍ଦ ଆଶ୍ରମ ପରିସରରେ ବୃକ୍ଷ ରୋପଣ ଏବଂ ଚଷାପଡା ମଶାଣି ପାର୍ଶ୍ଵ ପଡ଼ିଆରେ ୨୦୦ ରୁ ଉର୍ଦ୍ଧ୍ ଗଛ ରୋପଣ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଭାଗିରଥି ଦଳାଇ , ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ ,ପଞ୍ଚାୟତର ନାଏବ ସରପଞ୍ଚ ଧନେଶ୍ଵର ନାଏକ, ସମିତିସଭ୍ୟ ସସ୍ମିତା ନାୟକ ,ବରିଷ୍ଠ ବିଜେପି କର୍ମୀ ଦେବେନ୍ଦ୍ର ତରାଇ,ରସାନନ୍ଦ ପ୍ରଧାନ ,ସୁଶାନ୍ତ ମହାପାତ୍ର ,ପୁଷ୍ପଲତା ମହାପାତ୍ର ,ନୀଳମଣି ଗୋଛାୟତ ,ଖିରୋଦ ମହାପାତ୍ର ,ଶ୍ରୀକାନ୍ତ ଶୁକ୍ଳ ,ପ୍ରମୋଦ ପ୍ରଧାନ ,ଅମୂଲ୍ୟ ଦାସ ଙ୍କ ସହ ଗ୍ରାମର ଯୁବକ ,ମହିଳା ଓ ଶହ ଶହ କର୍ମୀ ଯୋଗ ଦେଇଥିଲେ |