ଶର୍ମି କାବ୍ୟଲେଖା ସାହିତ୍ୟ ସଂସଦ ର ଦ୍ବିତୀୟ ବାର୍ଷିକ ଉତ୍ସବ |

54

କଟକ ( ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୬ : ଶର୍ମି କାବ୍ଯଲେଖା ସାହିତ୍ୟ ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ ୨୦୨୫-୨୬ ସ୍ଥାନୀୟ ଶତାବ୍ଦୀ ଭବନ ଠାରେ ମହାଆଡମ୍ବରରେ ସହାୟତାରେ ପୁସ୍ତକ ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶର୍ମି କାବ୍ୟଲେଖା ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି କବ୍ଯୟତ୍ରି ସମ୍ମିଳନୀ ଓ ସମ୍ବର୍ଦ୍ଧନା ମୂଖ୍ୟ ଅତିଥି ଆଇନଜୀବୀ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶୈଳବାଳା ସାହିତ୍ୟ ସଂସଦ ସାହିତ୍ୟ ସଂସ୍କୃତି ସମାରୋହ ସଭାପତି ଗୈାରଚନ୍ଦ୍ର ମହାପାତ୍ର,ସମ୍ମାନନୀୟ ବକ୍ତା ଭାବେ ପ୍ରବଣ ଛୋଟରାୟ, ଏହି କାବ୍ୟ ସାହିତ୍ୟ ସଂସଦର ସମ୍ମାନୀୟ ଅତିଥି ଭାବେ ବୈରାଗୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଭକ୍ତ ଚରଣ ସାହୁ ଉପସ୍ଥିତ ରହି ସଭାରେ କବି କବ୍ଯୟତ୍ରିଙ୍କୁ ମାନଙ୍କୁ ସମ୍ମାନିତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ମୂଖ୍ୟ ସମ୍ପାଦିକା,ପ୍ରତିଷ୍ଠାତ୍ରୀ, ସଭାପତି ଶର୍ମି କାବ୍ଯଲେଖା ସାହିତ୍ୟ ସଂସଦର କବି ତେଜସ୍ଵିନୀ ଶର୍ମିଷ୍ଠା ବେଉରା ମଞ୍ଚ ପରିଚାଳନା କରିଥିଲେ।