ଘରୁ କଳାକନା ବୁଲାଉଥିବା ରାକେଟ ର ପର୍ଦାଫାଶ କଲା ତିଗିରିଆ ପୋଲିସ |

36

କଟକ(ଉତ୍କଳ ନିଉଜ )୦୫/୦୮/୨୦୨୫ : ତିଗିରିଆ ଥାନା ହରିଡ଼ାପଶି ଗାଁରେ ଘରେ କେହି ନଥିବା ବେଳେ ଚୋର ବୁଲାଇଥିଲେ କଳାକନା | ଏହି ଘଟଣାର ତଦନ୍ତ କରି ତିଗିରିଆ ପୋଲିସ କୁ ବଡ ସଫଳତା ମିଳିଛି । ଚୋରି ଘଟଣା ରେ ୩ ଜଣକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି ହୋଇଥିବା ବିଭିନ୍ନ ଅଳଙ୍କାର, ଟଙ୍କା ଜବତ କରିଛି । ଚୋରୀରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ କୁ ମଧ୍ୟ ଜବତ କରିଥିବା ନେଇ ତିଗିରିଆ ଥାନା ରେ ସାମ୍ବାଦିକ ସମିଳନ୍ନି ରେ ସୂଚନା ଦେଲେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ | ଗିରଫ ହୋଇଥିବା ୩ ଜଣ ଙ୍କ ମଧ୍ୟରୁ ଜଣେ ନାବାଳକ, ଜଣେ ଚୋର ଓ ଅନ୍ୟଜଣେ ଚୋରି ଜିନିଷ ରଖିଥିବା ସୁନା ଦୋକାନ ବ୍ୟବସାୟୀ ଗିରଫ ହୋଇଥିବା ୩ ଜଣ ତିଗିରିଆ ଅଞ୍ଚଳ ର ବୋଲି ସୂଚନା ମିଳିଛି । ଆଠଗଡ଼ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନିଉଜ |