ଚୌଦ୍ବାର ରେ ଭାଗବତ କର୍ମୀ ସମ୍ମିଳନୀ ଅନୁଷ୍ଠିତ |

62

କଟକ ( ଉତ୍କଳ ନ୍ୟୁଜ ) ୨୪-୦୩-୨୦୨୬ : ଟାଙ୍ଗୀ ଚୌଦ୍ବାର ହରିଅନ୍ତା ଗ୍ରା ପ ଅଧିନ ନିମାପଡା ଭାଗବତ ପ୍ରକୋଷ୍ଠ ରେ ଏକ ଭାଗବତ ପ୍ରତିନିଧିଙ୍କ ସମ୍ମିଳନୀରେ ସିଦ୍ଧଗିରି ମହନ୍ତ ବିଶ୍ବନାଥ ମହାରାଜ ଙ୍କ ଉଦ୍ଘାଟନୀ ରେ ମୁଖ୍ୟଅତିଥି ରୋଟରୀୟନ୍ ବିଶ୍ବନାଥ ପଣ୍ଡା ଓ ସମାଜ ସେବୀ ମୁଖ୍ୟବକ୍ତା ବିଷ୍ଣୁ ଚରଣ ପରିଡା ଯୋଗ ଦେଇ ଥିଲେ ଟାଙ୍ଗୀ ଚୌଦ୍ବାର ବିଭିନ୍ନ ପଂଚାୟତ ର ଭାଗବତ ପ୍ରତିନିଧି ଓ ମାନ୍ୟ ଗଣ ବ୍ୟକ୍ତି ଙ୍କୁ ନେ଼ଇ ନାନା ବିଦ୍ଧ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସତ୍ୟ ସନାତନ ଭାଗବତ ପ୍ରଚାର ସମିତି ର ସଭାପତି ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଗୀତା ପାଠ ଭାଗବତ ପଠନ ନାମ ସଂକୀର୍ତ୍ତନ ସହିତ ପଣ୍ଡିତ ଅକ୍ଷୟ କୁମାର ପାଢ଼ୀ ବେଦ ମନ୍ତ୍ର ଆବୃତ୍ତି କରିଥଲେ ବରେଣ୍ୟ ଅତିଥି ଭାବେ ସମାଜ ସେବୀ ପ୍ରକାଶ ବଡଜେନା, ଅଶୋକକୁମାର ନାୟକ, ସୁଭେନ୍ଦ୍ର ନାଥ ଷଡ଼ଙ୍ଗୀ, ହୁର୍ଶିକେଶ ମହାନ୍ତି ପରମା ନନ୍ଦ ସାହୁ ପ୍ରମୁଖ ସାର ଗର୍ଭକ ଭାଗବତ ସମ୍ବଧିଅ ସାରମର୍ମ ବକ୍ତବ୍ୟ ପ୍ରଦାନ କରିଥିଲେ ବିଭିନ୍ନ ଅନୁଷ୍ଠାନର ମୁରବିଙ୍କୁ ସସମ୍ବର୍ଦ୍ଧିତ କରାଯାଇ ମିଳିତ ନାମ ସଂକୀର୍ତ୍ତନ କରାଯାଇଥିଲା

ପରିଚାଳନା ରେ ରଂଜନ ବିଶ୍ୱାଳ, ରଘୁ ନାଥ ଦାସ୍, ସୁବାସ ମହାରଣା, ବିଜୟ ସ୍ୱାଇଁ, ସୁମନ୍ତ ମହାନ୍ତି କେଶବ ଖିଲାର, ପର୍ଶୁରାମ ରାଉତ ପ୍ରମୁଖ ସହଯୋଗ କରୁଥିଲେ। ସଭା ଶେଷ ରେ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।