ଆଠଗଡ,(ଉତ୍କଳ ନ୍ୟୁଜ), ୨୩/୦୭/୨୫ : ଆଠଗଡ ଥାନା ଆଗରେ ଧାରଣାରେ ବସିଲେ ତିନି ନଂ ଜୋନର ଜିଲ୍ଲା ପରିଷଦ ସଭ୍ଯ ବଳଭଦ୍ର ବାଘ। ଗତକାଲି ରାତିରୁ ଘଣ୍ଟିଖାଲ ଗାଁର ବିଜେଡି କର୍ମୀ ଦିପୁ ସ୍ବାଇଁ ଙ୍କୁ ଘରୁ ଉଠାଇ ଆଣିଥିଲା ଖୁଣ୍ଟୁଣୀ ପୋଲିସ। କେଉଁ କାରଣ ରୁ ଉଠାଯାଇଛି ପୋଲିସ ପକ୍ଷରୁ କୌଣସି ତଥ୍ଯ ନ ଦିଆଯିବାରୁ ଥାନରେ ଆଗରେ ଜିଲ୍ଲା ପରିଷଦ ସଭ୍ଯ ଙ୍କ ସହ ବିଜୁ ଜନତା ଦଳର ବହୁ କର୍ମୀଙ୍କ ଧାରଣା ଦେଇଥିଲେ। ତେବେ ଘଟଣା ସ୍ଥଳରେ ଆଠଗଡ ଥାନା ଅଧିକାରୀ ପହଁଚି ଗତ 24 ଜୁନରେ ଆଠଗଡ ବ୍ଲକ ସମ୍ମୁଖରେ ପୋଲିସ ଉପରେ ପଥର ମାଡ ଘଟଣା ରେ ପୋଲିସ ଦିପୁ କୁ ଅଟକ ରଖିଥିବା କହିବା ପରେ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା ପରିଷଦ ସଭ୍ଯ ବଳଭଦ୍ର ବାଘ। ଯେଉଁମାନେ ପୋଲିସ କୁ ଟେକା ପଥର ମାଡ କରିଥିଲେ ପୋଲିସ ସେମାନଙ୍କୁ ଗିରଫ ନକରି ଜାଣିଶୁଣି ବିଜୁ ଜନତା ଦଳର କର୍ମୀଙ୍କୁ ରାଜନୈତିକ ଚାପରେ ଅଟକ ରଖିଥିବା କହିଛନ୍ତି। ଅନ୍ୟପଟେ ପୋଲିସ କୌଣସି ସୂଚନା ନଦେଇ ରାତିଅଧିଆ ଜଣେ ଆତଙ୍କବାଦୀ ପରି କଣ ପାଇଁ ଉଠାଇ ଆଣିଛି ତାକୁନେଇ ପ୍ରଶ୍ନ କରିଛନ୍ତି |ଆଠଗଡ଼ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ