କଟକ (ଉତ୍କଳ ନ୍ୟୁଜ) ୩୦.୫.୨୦୨୫ : ଚୌଦ୍ୱାର ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ସ୍ଥିତ ଇକାର୍ଟ ଫ୍ଲିପକାର୍ଟ କମ୍ପାନୀ ର ଲଜେଷ୍ଟିକ ରେ କାମ କରୁଥିବା ଶ୍ରମିକମାନେ ଆନ୍ଦୋଳନକୁ ଓଲ୍ଲହାଇଛନ୍ତି | କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମାନୀ କୁ ନେଇ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି |ସୂଚନା ଅନୁସାରେ ସେଠାରେ କାର୍ଯ୍ୟରତ ୩ ଜଣ ଶ୍ରମିକଙ୍କୁ ବେଆଇନ ଭାବେ କମ୍ପାନୀ କର୍ତ୍ତୃପକ୍ଷ ବହିଷ୍କାର କରିଥିବାରୁ ସେମାନଙ୍କ ନିଯୁକ୍ତି ନେଇ ଆଜି ଶାନ୍ତିପୂର୍ଣ୍ଣ ଭାବେ ଶ୍ରମିକ ମାନେ କମ୍ପାନୀ ମୁଖ୍ୟ ଫାଟକ ଆଗରେ ବସିଛନ୍ତି |

ତେବେ ଘଟଣାସ୍ଥଳରେ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ ଟିମ ସହ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି | ତେବେ ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ |