କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୫ : ଉତ୍ସବ ମୁଖର ଚାଟେଶ୍ଵର ଦୋଳମେଳଣ ପଡିଆ। ଶ୍ରଦ୍ଧଳୁମାନେ ଗାଁ ଦାଣ୍ଡ ଓ ମେଳଣ ପଡ଼ିଆରେ ବିମାନରେ ଦର୍ଶନ କରୁଛନ୍ତି ପ୍ରଭୁ ରାଧାକୃଷ୍ଣଙ୍କୁ। ଦୋଳଯାତ୍ରା ପାଇଁ କଟକ ଜିଲ୍ଲା ସାଲେପୁର କିଶିନାପୁର ଚାଟେଶ୍ୱର ମେଳଣ ପଡିଆ ହୋଇଉଠିଛି ଉତ୍ସବମୁଖର। ଏହି ପଡ଼ିଆରେ ସାଲେପୁର ଅଂଚଳର ୩୪ରୁ ଉର୍ଦ୍ଧ୍ବ ବିମାନ ଏକତ୍ରିତ ହୋଇଥାଆନ୍ତି। ମୁଖ୍ୟତ ପଧାନପଡା,କୁଳିନ୍ଦ,କିଶିନାପୁର, ଶାରଦା, ପୁରଣ, ଓଷଦ, ଗଣିପୁର, ସମ୍ଭୁପୁର, କାଳିକୋଇଲି ,ଭିମରାଜପୁର,ଗଣିପୁର,ସଉରୀ ଅଞ୍ଚଳରୁ ଆସି ମେଳଣ ପଡ଼ିଆରେ ଅଧିଷ୍ଠିତ ହୋଇଥାନ୍ତି। ଅଧିଷ୍ଠିତ ହେବାପରେ ଆରମ୍ଭ ହୋଇଥାଏ ମେଳଣ କାର୍ଯ୍ୟକ୍ରମ। କଟକ ଜିଲ୍ଲା ସାଲେପୁର କିଶିନାପୁର ଚାଟେଶ୍ୱର ମେଳଣ ପଡ଼ିଆରେ ୩୪ରୁ ଉର୍ଦ୍ଧ୍ବ ବିମାନ ଏକ ସଙ୍ଗରେ ଏକତ୍ରିତ ହେବାର ଦୃଶ୍ୟ। ବିମାନରେ ଶୋଭା ପାଉଛନ୍ତି ରାଧାକୃଷ୍ଣ ମୃତ୍ତି।ଘଣ୍ଟ ଘଣ୍ଟି କାହାଳି ଢୋଲ ମୃଦଙ୍ଗ ଝାଞ୍ଜ କୀର୍ତ୍ତନରେ କମ୍ପିଉଠି ଥାଏ ସାରା ମେଳଣ ପଡିଆ। ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ଲାଗିଛି ଭିଡ଼। ପୂଜକମାନଙ୍କ ଦ୍ୱାରା ହୋଇଥାଏ ଆଳତି।ଆଳତି ପରେ ସମସ୍ତ ବୀମାନକୁ ନୂତନ ବସ୍ତ୍ର ଓ ମାଟି ହାଣ୍ଡିରେ ନୈବେଦ୍ୟ ଅର୍ପଣ କରାଯାଇଥାଏ।

ଏହି ମେଳଣରେ ଏକ ବିରଳ ଦୃଶ୍ୟଦେଖିବାକୁ ମିଳିଥାଏ। ଭକ୍ତମାନେ ମାନସିକ ପୂରଣପାଇଁ ଧାଡିଧାଡି ହୋଇ ମେଳଣ ପଡିଆରେ ପଡିଥାନ୍ତି ଅଲ୍ଲିହା। ଗାଦିଶ୍ୱରମାନେ ବିମାନ କାଂଧୋଇ ସେମାନଙ୍କ ଉପରେ ଚାଲିଚାଲି ଯାଇଥାନ୍ତି। ଏପରିଦ୍ୱାରା ଶ୍ରଦ୍ଧାଳୁମାନଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତ ଓ ଶ୍ରଦ୍ଧଳୁ ବିଶ୍ଵାସ ରହିଛି।ମେଲଣ ପଡିଆ ରେ ବ୍ୟାବସାୟି ମାନେ ବିଭିନ୍ନ ପ୍ରକାରର ଦୋକାନ ପକାଇ ଭଲ ଦୁଇ ପଇସା କମାଇଥାନ୍ତି। ଏହି ମେଳଣର ସବୁଠୁ ବେଶି ବିଶେଶ୍ୱତ ହେଲା ମେଣ୍ଢା କୁଡିଆ ପୋଡି। ଗାଦିଶ୍ୱରମାନେ ଏକାଠି ହୋଇ ପଡ଼ିଆରେ ମେଣ୍ଢାକୁଡିଆ ପୋଡି କରିଥାନ୍ତି। ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଏହା ଦ୍ୱାରା ସମାଜରୁ କଳିକାଳ ଦୂର ହୋଇଥାଏ। ପରସ୍ପରମଧ୍ୟରେ ଭାତୃତ୍ୱଭାବ ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ମେଳଣ ପଡ଼ିଆରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମେଳଣ।