କଟକ,(ଉତ୍କଳ ନ୍ୟୁଜ ) ୧୫-୦୮-୨୦୨୫ :ଦେଶର ଅଗ୍ରଣୀ ପ୍ରତିଷ୍ଠାନ ଜୟଆଲୁକ୍ଳାସର ନୂତନ ସ୍ୱର୍ଣ୍ଣ ଅଳଙ୍କାର ସୋ ରୁମ୍ ବୁଧବାର ସନ୍ଧ୍ୟାରେ କଟକ ସ୍ଥିତ କ୍ୟାଣ୍ଟନ୍ମେଣ୍ଟ ରୋଡରେ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୋଫିଆ ଫିର୍କୋଷ, କଟକ ମେୟର ସୁବାସ ସିଂ, ୨୫ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀଯୁକ୍ତ ସତ୍ୟରାମ ସାହୁ ପ୍ରମୁଖ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଜଣାଶୁଣା ମଡେଲ ଉତ୍ସବର ଅନ୍ୟତମ ଆକର୍ଷଣ ମାଲଭିକା ଶର୍ମା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସବରେ ସ୍ଵର୍ଣିମ ଆନନ୍ଦ ଭରି ଦେଇଥିଲେ । ଏତଦ୍ବ୍ୟତୀତ ଜୟଆଲୁକ୍ଳାସ ଗ୍ରୁପର ଅଧ୍ୟକ୍ଷ ଡଃ ଜୟ ଆଲୁକ୍ଳାସ୍ ଭାଇଚାରା ଓ ପରମ୍ପରାର ଏକହଜାର ବର୍ଷର ସହରରେ ଜୟଆଲୁକ୍ଳାସ୍ର ଉପସ୍ଥିତିର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ ।