ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରର ୨୫ତମ ପ୍ରତିଷ୍ଠା ଦିବସ |

346

କଟକ ( ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୬: ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରର କଟକ ୨୦୦୧ ମସିହାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷକ ମହାବିଦ୍ୟାଳୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟ କରୁଅଛି।ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ, ଭାରତ ସରକାରଙ୍କ ସହାୟତାରେ ପ୍ରାଥମିକ ଭାବେ ୫ ବର୍ଷ ପାଇଁ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ,ଓଡ଼ିଶା ସରକାର ୨୦୦୬ ମସିହାରୁ ଏହାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ମେରୁଦଣ୍ଡ ଆଘାତପ୍ରାପ୍ତ ତଥା ସ୍ନାୟୁଗତ ଦୁର୍ବଳତା ଜନିତ ରୋଗୀ ମାନଙ୍କର ଏଠାରେ ଚିକିତ୍ସା କରାଯାଇଥାଏ।ଡାକ୍ତରୀ ପରାମର୍ଶ,ନସିଂ ସେବା, ଭୌତିକ ଚିକିତ୍ସା, ବୃଭିଗତ ଚିକିତ୍ସା, ସହାୟକ ଉପକରଣ ତଥା ବୃଭିଗତ ପରାମର୍ଶ ଆଦି ପ୍ରଦାନ କରାଯାଇଥାଏ।ଏହି ଆଧୁନିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଚିକିତ୍ସା କେନ୍ଦ୍ର କଟକ ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ା ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବ,ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଚୌଦ୍ବାର କଟକ ସୌଭିକ ବିଶ୍ବାଳ, ସମ୍ମାନିତ ଅତିଥି ଡା. ପତିତପାବନ ମହାନ୍ତି, ନିର୍ଦ୍ଦେଶକ ନିରତାର ସଭାରେ ଉପସ୍ଥିତ ଥିଲେ। ସଂସ୍ଥାର ନିର୍ଦ୍ଦେଶକ ଡା. ନିର୍ମଳ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ବେଳେ ଡା. ରବାନୀ ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ତୁଷାରକାନ୍ତ ମହାପାତ୍ର ସଭାକୁ ସଞ୍ଚାଳନ କରିଥିଲେ।ଏହି ସମାରୋହରେ ୩୦ ଜଣ ରୋଗୀଙ୍କୁ ହୁଇଲ ଚେୟାର ତଥା ଯନ୍ତ୍ରଚାଳିତ ତିନି ଚକିଆ ଗାଡ଼ି ପ୍ରଦାନ କରାଯାଇଥିଲା।ଆଧୁନିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୧୦ ଜଣ ରୋଗୀ ମାନଙ୍କୁ କ୍ରୀଡ଼ା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବତନ ନିର୍ଦ୍ଦେଶକ ଏବଂ ସହାୟକ ଉପକରଣ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।