କଟକ ( ଉତ୍କଳ ନ୍ୟୁଜ ) ୧୩-୦୮-୨୦୨୬ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୂଯାୟୀ କାର୍ଯ୍ୟ ଅଗ୍ରଗତି ଓ ସ୍ଥିତି ସମ୍ପର୍କିତ ଆଲୋଚନା ହୋଇଥିଲା । ଖାରଚ ହୋଇଥିବା ଫର୍ମ, ପରିବର୍ତ୍ତିତ ତାରିଖ ସମ୍ଵନ୍ଧରେ ବୈଠକରେ ଆଲୋଚନା ହୋଇଥଲା । ଦୈନନ୍ଦିନ ଯାଞ୍ଚ ପୂର୍ବକ ତଥ୍ୟ ଆନୁଯାୟୀ ଭୋଟର ତାଲିକାରେ ପ୍ରଥମ ଥର ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଫର୍ମ -୬, କାରଣ ବଶତଃ ଭୋଟର ତାଲିକାରୁ ବାଦ ନିମନ୍ତେ ଫର୍ମ-୭, ନାମ, ଠିକଣା,ବୟସ ଆଦି ସଂଶୋଧନ ନିମନ୍ତେ ଫର୍ମ-୮ ଏବଂ ଏହାର ପ୍ରତିବେଦନ(ରିପୋର୍ଟ) ପାଇଁ ଫର୍ମ ୯,୧୦,୧୧ ସମ୍ବନ୍ଧରେ ଆଲୋଚନା କରାଯାଇ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଦସ୍ତାବିଜ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଅନଧିକୃତ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦେବା,ମୃତ ବ୍ୟକ୍ତିଙ୍କ ନାମ ଏବଂ ନକଲି ନାମ ଗୁଡିକୁ ତାଲିକାରୁ ବାଦ ଦିଆଯିବା ସହ ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ କଟକ ସଦର ନିର୍ବାଚନ ପଂଜିକରଣ ଅଧିକାରୀ, ଶ୍ରୀ କମଲଜିତ୍ ଦାସ ଉପସ୍ଥିତ ରହି ଏ ସମ୍ୱନ୍ଧୀୟ ସମସ୍ତ ଟିପ୍ପଣୀ ପ୍ରସ୍ତୁତି ସହ ସୂଚନା ପ୍ରଦାନ କରିଥିଲେ । ବୈଠକରେ ସାଲେପୁର ପାଇଁ ନିୟୋଜିତ ହୋଇଥିବା ନିର୍ବାଚନ ପଂଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟଲୋଚନ ମହାନ୍ତ, ଚୌଦ୍ଵାର କଟକ ପାଇଁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ବାରବାଟୀ-କଟକ ପାଇଁ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜ ଦେଓ, ଆଠଗଡ ପାଇଁ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ବାଙ୍କୀ ପାଇଁ ମନସ୍ଵିନୀ ଦାସ, ନିଆଳି ପାଇଁ ଅତିରିକ୍ତ ଉପଜିଲ୍ଲାପାଳ, ଶ୍ରୀ ଦେବାଶିଷ ମହାପାତ୍ର, ମାହାଙ୍ଗା ପାଇଁ କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ ଏବଂ ବଡ଼ମ୍ବା ପାଇଁ ମହାନଗର ନିଗମର ଯୁଗ୍ମ ଆୟୁକ୍ତ, ବରେନ୍ଦୁ ମହାନ୍ତି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ମିଶ୍ର ସଂଯୋଜନା ପୂର୍ବକ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।