ଜୁନାଗଡ଼ ୮/୭( ଉତ୍କଳ ନ୍ୟୁଜ) ସାରା ରାଜ୍ୟରେ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୬ଦଫା ଦାବୀ ନେଇ ଷ୍ଟେରିଙ୍ଗଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା lମହାସଂଘ ପକ୍ଷରୁ ସ୍ଥାନୀୟ ହାତୀନଦୀ ଜାତୀୟରାଜପଥ ଉପରେ ସମସ୍ତେ ଏକଜୁଟ ହୋଇ ନିଜର ଦାବୀ ଉପସ୍ଥାପନ କରିଥିଲେ।ଏଥିରେମହାସଂଘ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରାଯାଉ,ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ,୬୦ ବର୍ଷ ପରେ ସ୍ୱତନ୍ତ୍ର ଭତା ପ୍ରଦାନ,ପ୍ରତି ୧୦୦ କିଲୋମିଟର ଅନ୍ତରରେ ବିଶ୍ରାମଗାରଓ ଶୌଚାଳୟ ନିର୍ମାଣ,ଖଣି ଖଦାନରେ ଡ୍ରାଇଭର ଙ୍କୁ ନିଯୁକ୍ତି ସୁଯୋଗ, ଏବଂ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସରୁପେ ଘୋଷଣା ପ୍ରଭୃତି ରହିଛି।ଏହି ଆନ୍ଦୋଳନରେ ବ୍ଲକ ସଭାପତି ତଂକଧର ଭାଟି,ଉପସଭାପତି ଆଜିତକୁମାର ନାଗ, ସମ୍ପାଦକ ଲକ୍ଷଣ ଚାଲାନ,ସହ ସମ୍ପାଦକ ଘନଶ୍ୟାମ ପୁଝରି କୋଷଧକ୍ଷ୍ୟ ଗଣେଶ ପୂଝରୀ ଉପଦେଷ୍ଟା ଦେବେନ୍ଦ୍ର କୁମାର ବାଗ ଓ ସତ୍ୟବାନ ନିଆଲ ପ୍ରମୁଖ ସାମିଲଥିଲେ।