ଡାଟାଟେକ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ କମ୍ପ୍ୟୁଟର ଟେକ୍ନୋଲଜି, ଚାର ବାଟିଆ ରେ ଟାଟା ଷ୍ଟ୍ରାଇଭ୍ ଓ ଓଡିଶା ସ୍କିଲ୍ ଡିଭେଲପମେଣ୍ଟ ସେଣ୍ଟର ସହ ସହଯୋଗରେ ଯୁବ ନିଯୁକ୍ତି ଅଭିଯାନ ଆୟୋଜିତ |
କଟକ (ଉତ୍କଳ ନ୍ୟୁଜ ) ୦୧-୧୨-୨୦୨୫ : ଡାଟାଟେକ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ କମ୍ପ୍ୟୁଟର ଟେକ୍ନୋଲଜି, ଚାରବାଟିଆ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଜବ୍ ଡ୍ରାଇଭ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ଟାଟା ଷ୍ଟ୍ରାଇଭ୍ ଓ ଓଡିଶା ସ୍କିଲ୍ ଡି ଡେଭଲପମେଣ୍ଟ ସେଣ୍ଟର ସହ ସହଯୋଗରେ ଆୟୋଜିତ ହୋଇଥିଲା ଏବଂ ଏହାର ମୂଳ ଉଦ୍ଦେଶ୍ୟ ଥିଲା ଅଞ୍ଚଳର ଯୁବମାନଙ୍କଙ୍କୁ ନିଯୁକ୍ତି ସୁଯୋଗ ଓ କ୍ୟାରିୟର ଗଠନରେ ସହାୟତା କରିବା। ଏହି ନିଯୁକ୍ତି ଅଭିଯାନରେ ହସ୍ପିଟାଲିଟି, ଫୁଡ୍ ଏଣ୍ଡ ବେଭରେଜ୍ (F&B), ବେକେରି, ମଲ୍ଟି କୁଜିନ୍ କୁକ୍ ଓ ବ୍ୟାଙ୍କିଙ୍ଗ୍ (BDE–ବିଜନେସ୍ ଡିଭେଲପମେଣ୍ଟ ଏଗ୍ଜିକ୍ୟୁଟିଭ୍) ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଥିଲା । ଏହାଙ୍କ ମାଧ୍ୟମରେ ଡାଟାଟେକ୍ର ଛାତ୍ରଛାତ୍ରୀମାନେ ଶିଳ୍ପ ମୁଖ୍ୟ ଚାହିଦା ଅନୁଯାୟୀ ବାସ୍ତବିକ ନିଯୁକ୍ତି ସୁଯୋଗ ସହିତ ସଂଯୁକ୍ତ ହୋଇପାରିଲେ। କାର୍ଯ୍ୟକ୍ରମଟିରେ ଡାଟାଟେକ୍ ନିର୍ଦ୍ଦେଶକ, ଗୌତମ ଉଦୟଭାନୁ, ସହନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ଦାସ, ଏବଂ ଷ୍ଟାଫ୍ ମେମ୍ବର ଓମ୍ ବେହେରା, ନିବେଦିତା ଦାସ, ଆଶିସ ସାହୁ, ପ୍ରିୟଙ୍କା ନାୟକ, ଆଇଶା ପରିଡ଼ା ଓ ଅନ୍ୟାନ୍ୟ ସବୁ ଡାଟାଟେକ୍ କର୍ମଚାରୀମାନଙ୍କର ଉପସ୍ଥିତି ଓ ସହଯୋଗ ଥିଲା ।

ସମସ୍ତଙ୍କ ଯୋଗଦାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇପାରିଲା। ଏହି ଅବସରରେ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ, ଡାଟାଟେକ୍ ଯୁବମାନଙ୍କୁ ଦକ୍ଷତା, ଟେକ୍ନୋଲଜି ଓ କ୍ୟାରିୟର ଭିତ୍ତିକ ଶିକ୍ଷା ପ୍ରଦାନରେ ପ୍ରତିବଦ୍ଧ । ଏହି ଜବ୍ ଡ୍ରାଇଭ୍ ହେଉଛି ଡାଟାଟେକ୍ର ଲକ୍ଷ୍ୟ ଅଧିକ ଦକ୍ଷତା, ଅଧିକ ସୁଯୋଗ, ଅଧିକ ନିଯୁକ୍ତିର ଏକ ପ୍ରାକ୍ତିକ ପ୍ରମାଣ। ଭବିଷ୍ୟତରେ ଏହିପରି ସହଯୋଗୀ ଉଦ୍ୟମ, ସ୍କିଲ୍ ଟ୍ରେନିଙ୍ଗ ଓ ନିଯୁକ୍ତି ସୁଯୋଗମାନେ ଡାଟାଟେକ୍ ପକ୍ଷରୁ ଅଧିକ କ୍ଷମତାବାନ୍ ଓ କାର୍ଯ୍ୟକ୍ଷମ ଯୁବ ଶକ୍ତି ଗଠନରେ ସହାୟତା କରିବ।