କବିସୂର୍ଯ୍ୟନଗର ଏନଏସି ଅଧକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ |

121

କଟକ (ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୫ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳିବାନ୍ଧିଛନ୍ତି ବିଜେଡି କାଉନସିଲର l ଆଜି ସକାଳୁ ଏନଏସି ଉପାଧକ୍ଷ ବିକ୍ରାନ୍ତ କୁମାର ସାହୁ ଙ୍କ ସମେତ ବହୁ କାଉନସିଲର କବିସୂର୍ଯ୍ୟନଗର ଅଞ୍ଚଳର ଆରାଧ୍ୟ ଦେବୀ ମା ମହାମାୟୀ ଙ୍କ ମନ୍ଦିର ରେ ପୂଜାର୍ଚନା ପରେ ଏନଏସି କାର୍ଯ୍ୟାଳୟ ରେ ନଡ଼ିଆ ଭାଙ୍ଗି ଛାତ୍ରପୁର ଅଭିମୁଖେ ବାହାରିଛନ୍ତି l ତେବେ କବିସୂର୍ଯ୍ୟନଗର ଏନଏସି ର ୧୮ ୱାର୍ଡ ମଧ୍ୟରୁ ୧୬ ଟି ରେ ବିଜେଡି କାଉସିଲର ରହିଥିବା ବେଳେ ଏନଏସି ଅଧକ୍ଷା ମଧ୍ୟ ବିଜେଡି ର ରହିଛନ୍ତି l ତେବେ ଅଧକ୍ଷା ଏକ ବର୍ଷ ଧରି ଏନଏସି ରେ କୌଣସି କାର୍ଯ୍ୟ କରାଇବାକୁ ଦେଉନଥିବା ଓ ସେ ବହୁତ ଦୁର୍ନୀତି ରେ ଲିପ୍ତ ରହିଥିବା ଅଭିଯୋଗ ଆଣି ଆଜି ୧୬ କାଉନସିଲର ଅଧକ୍ଷା ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳ ଙ୍କ ନିକଟକୁ ବାହାରିଥିବା ଜଣା ପଡିଛି ଯାହା ଶୁଣିବାକୁ ମିଳୁଛି ଅଧ୍ୟକ୍ଷା କାଳେ ପିଜେପି ସହ ମିଶି ସଲା ସୁତୁରା ଚଳେଇ ଥିବାବେଳେ ଏମିତି ପରିସ୍ଥିତି ଉପିଜିଲା ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |