ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ |

15

ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ | କଟକ ( ଉତ୍କଳ ନ୍ୟୁଜ ). ୧୪-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଗ୍ରାମର ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ତାଙ୍କ ଏକାଦଶାହ କର୍ମରେ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ସ୍ମୃତିଚାରଣ ସଭା ହୋଇଥିଲା । ଓଡିଶା ଆସୋସିଏସନ୍ ଅଫ୍ ସେଫ୍ ସୋସାଇଟ୍‌ର ପ୍ରତିଷ୍ଠାତା ସମ୍ପାଦକ ସେଫ୍ ଅଭିଷେକ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ରାଜ୍ୟ ଉପସଭାପତି ସେଫ୍ ମଳୟ ବେହେରା, ରତିକାନ୍ତ ପଣ୍ଡା, ସେଫ୍ ସବିର, ସପନ ନାୟକ, ସୁଧିର ଜେନା, ସେକ୍ ଅନିସୁଦ୍ଦିନ, ଅବଦୁଲ କାସିମ, ସେଫ୍ ଧନିଆ, ଗୌତମ ସାହୁ, କରୁଣାକର ମହାରଣା, ଗୌରାଙ୍ଗ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ବିଚିତ୍ର ବାରିକ, ଚନ୍ଦନ ଦାଶ ପ୍ରମୁଖ ଯୋଗଦେଇ ମାଷ୍ଟର ସେଫ୍ ସୀତାରାମ ଜଣେ ଭଲ ମଣିଷ, ପରୋପକାରୀ, ଧର୍ମାପରାୟନ ବ୍ୟକ୍ତି ଥିଲେ ଏବଂ ବୟସର ମଧ୍ୟାହ୍ନରେ ତାଙ୍କର ଆକସ୍ମିକ ପରଲୋକ ସମସ୍ତଙ୍କୁ ଦୁଃଖ ଦେଇଥିବା କହିଥିଲେ । ତାଙ୍କ ଅମର ଆତ୍ମାର ସ୍‌ଦଗତି କାମନା କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସୂଚନା ଥାଉକି, ତୃଟିପୂର୍ଣ୍ଣ ଚିକିତ୍ସା ପାଇଁ ମାଷ୍ଟର ସେଫ୍ ସିତାରାମ ନାୟକ(୪୫)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ତୃଟିପୂର୍ଣ୍ଣ ଚିକିତ୍ସା, ଖାମିଖିଆଲୀ ଓ ଅମାନବିକତା ବିରୋଧରେ ମୃତକଙ୍କ ପତ୍ନୀ ପ୍ରମିଳା ନାୟକଙ୍କ ଏତଲାକ୍ରମେ କଟକ ମଙ୍ଗଳାବବାଗ ଥାନାରେ ଦଫା ୧୦୬(୧) ଓ ୩୫୧(୨)ରେ ଏକ ମାମଲା ୩୪୪/୨୬ ରୁଜୁ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ଦାବୀ କରିଛନ୍ତି । ସୀତାରାମ ନାୟକ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ କୋହ୍ଲ ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ନାୟକଙ୍କ ପୁଅ । ସେ ପେଷାରେ ଜଣେ ମାଷ୍ଟର ସେଫ୍ ଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ବିଦେଶରେ ତାଙ୍କର କାର୍ଯ୍ୟଦକ୍ଷତାର ପ୍ରମାଣ ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |