କଟକ ( ଉତ୍କଳ ନ୍ୟୁଜ ) ୧୪-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଜାମଯୋଡ଼ି ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ମନ୍ମଥ ଦାସଙ୍କ ଗୁହାଳରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଗୋଟିଏ ଗାଈ ନିଆଁରେ ପୋଡ଼ିହୋଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୨ଟି ଗାଈ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଗଦିରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରାକାର ଜେନା ଆହତ ଗାଈ ୨ଟିକୁ ଚିକିତ୍ସା କରୁଥିବା ଜଣାଯାଇଛି । ସମିତିସଭ୍ୟ ଅଜୟ କୁମାର ରାଉତ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଦେଖିବା ସହ ମନ୍ମଥଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |