ୱାଇଏମସିଏ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଟର ସ୍କୁଲ ଲିଟେରାରୀ ପ୍ରତିଯୋଗିତା |

127

କଟକ,(ଉତ୍କଳ ନ୍ୟୁଜ),୨୪.୦୭.୨୦୨୫ : ୱାଇଏମସିଏ ଆନୁକୂଲ୍ୟରେ ଅଗଷ୍ଟ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଇଣ୍ଟର ସ୍କୁଲ ଲିଟେରାରୀ କମ୍ପିଟେସନ ଆୟୋଜିତ ହେବ। ରାଜ୍ୟ ତଥା କଟକ ର ଏହି ପୁରାତନ ଏବଂ ବୃହତ ପ୍ରତିଯୋଗିତାରେ 140 ସ୍କୁଲ ର 5000 ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେବେ। 80 ଟି ଇଭେଣ୍ଟ ରେ ବିଭିନ୍ନ ଶ୍ରେଣୀ ବର୍ଗରେ ପ୍ରତିଦ୍ବନ୍ଦିତା ଅନୁଷ୍ଠିତ ହେବ।ପ୍ରତିଯୋଗିତାର ପଞ୍ଜିକରଣ ଜୁଲାଇ ୧୭ ରୁ ଆରମ୍ଭ ହୋଇଛି, ଏହି ପ୍ରତିଯୋଗିତା 3 ଟି ଭାଷାରେ ପ୍ରବନ୍ଧ, ବକ୍ତୃତା ,କୁଇଜ଼, ଚିତ୍ରାଙ୍କନ ଭଳି 80ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେବ | ଏଥିପାଇଁ ଆଜି ଏକ ସାମ୍ବାଦିକ ସମିଳନୀ ୱାଇ ଏମ ସି ଏ ହଲ ରେ ଅନୁଷ୍ଠିତ ହୋଇଥିଲା, ଏହି ସମିଳନୀରେ ୱାଇ ଏମ ସି ଏ ସମ୍ପାଦକ ଆଲୋକ କୁମାର ସାହୁ, ତଥା ସଭାପତି ଡ଼କ୍ଟର ରାଜ ବଲଭ ମହାନ୍ତି ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ |ନାମ ପଞ୍ଚିକରଣ କରିବାକୁ ଚାହୁଁଥିବା ଆଗ୍ରହୀ ଛାତ୍ରଛାତ୍ରୀ 7325901355/7978433955 ନମ୍ବରରେ ଯୋଗାଯୋଗ କରିବାକୁ ଉପସଭାପତି ଶ୍ରୀ ପ୍ରଧାନ କହିଛନ୍ତି | ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ଯ ରେ ଦକ୍ଷତା ଓ ପାରଦର୍ଶିତାର ବିକାଶ ଘଟାଇବ ବୋଲି ଆୟୋଜକ ମାନେ ଆଶା ରଖିଛନ୍ତି | ଏହି ପ୍ରତିଯୋଗିତା ୱାଇ ଏମ ସି ଏ ପରିସରରେ ଅନୁଷ୍ଠିତ ହେବ |