କଟକ (ଉତ୍କଳ ନ୍ୟୁଜ ) ୦୩-୧୧-୨୦୨୫ : କଟକ ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ୯୭ ତମ ଜନ୍ମ ଦିବସ ପାଳନ କରିଲେ ମଦରସା ମଦିନlତୁଲ ଇଲମ ଓ ଇସ୍ଲାମିୟା ଓ କଟକରେ ଥିବା ୬ ଟି ଶାଖାରୂ ଛାତ୍ର ଛାତ୍ରୀ ମାନେ ଯୋଗ ଯୋଗଦେଇଥିଲେ | ଏହି ଅବସରରେ ଛାତ୍ର ମାନେ କୁଇଜ଼ ତାଙ୍କ ଜୀବନି ଉପରେ ରଚନା, ତଥା ବକ୍ତୃତା ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ, ଏହି ପ୍ରତିଯୋଗିତା ରେ ୬୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ, ଶ୍ରେଷ୍ଠ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |

ଏହି ମଦରସା ର ପ୍ରଧାନ ଶିକ୍ଷକ ନିୟାଜ଼ ଅହମଦ ଖାନ ଓ ତାଙ୍କର ସହାୟକ ଶିକ୍ଷକ କାରି ସମସୁଲୁ ହୋଦା, ମଲାନା ସବନଉଲା,ହାଫିଜ଼ ସେକ ସମିମ, ଓ ଅନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟ କୁ ପରିଚାଳନା କରିଥିଲେ,ଏହି କାର୍ଯ୍ୟକ୍ରମ ରେ ବକ୍ତୃତା ଏବଂ କୁଇଜ଼ ପାଈଁ ଅତିଥି ଓ ବିଚାରପତି ଭାବେ ଏବିଆଇଟିର ଅଧ୍ୟାପକ ଇଲିୟାସ ଅହମଦ ଖାନ ତଥା ଉର୍ଦୁ କବି ଆସିକ ଅଲି ଯୋଗଦେଇଥିଲେ,ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ଅବିଭାବକମାନେ ଉପସ୍ଥିତ ରହିଥିଲେ,