ମହାନ ସାଧୀନତା ସଂଗ୍ରାମୀ-ଅସଫାଉଲ୍ଲା ଖାନ୍ |

40

କଟକ (ଉତ୍କଳ ନ୍ୟୁଜ ) ୧୭-୧୨-୨୦୨୫ : ଇଂରେଜ ମାନଙ୍କ କବଳରୁ ଦେଶକୁ ସାଧୀନ କରିବାକୁଯାଇ ନିଜ ପ୍ରାଣର ଆହୂତି ଦେଇଥିବା ଭାରତ ମାତାର ଅନ୍ୟତମ ବୀରପୁତ୍ର ହେଉଛନ୍ତି ଅସଫାକ୍‌ଉଲ୍ଲା ଖାନ୍ । ତାଙ୍କ ଜନ୍ମ ୧୯୦୦ ମସିହା ଅକ୍ଟୋବର ୨୨ ତାରିଖରେ ଉତ୍ତରପ୍ରଦେଶର ଶାହଜହାଁପୁର ଠାରେ ହୋଇଥିଲା । ପିତା ମହମ୍ମଦ ଶାଫିକ୍‌ଉଖାନ୍ ଏବଂ ମାତା ମେଜ୍‌ଜ୍ୱର ନିଶା ବେଗମ୍‌ଙ୍କ ସବୁଠୁ କନିଷ୍ଠ ପୁତ୍ର ଥିଲେ ଅସଫାକ୍ । ସେ ଅନ୍ୟତମ ସାଧୀନତା ସଂଗ୍ରାମୀ ରାମପ୍ରସାଦ୍ ବିସିମିଲଙ୍କ କାଯ୍ୟକଳାପ ଓ କବିତାରେ ଅନୁପ୍ରାଣିତ ହୋଇଥିଲେ କାରଣ ଅସଫାକ୍‌ଉଲ୍ଲା ନିଜେ ଜଣେ ଭଲ ଲେଖକ ଓ କବିଥିଲେ । ୧୯୨୨ ମସିହାରେ ରାମପ୍ରସାଦ ବିସମିଲ ବହୁ ସାର୍ବଜନୀକ ସଭାର ଆୟୋଜନ କରିଥିଲେ ଓ ଅସଫାକ୍ ତାଙ୍କ ସର୍ମକରେ ଆସିଥିଲେ । ପ୍ରାରମ୍ଭରେ ଦୁହିଁଙ୍କ ମଧ୍ୟରେ ନିବିଡତା କବିତା ମାଧ୍ୟମରେ ହୋଇଥିଲା, ଯାହା ପରବତ୍ତୀ ସମୟରେ ଦେଶଭକ୍ତିରେ ପରିଣତ ହୋଇଥିଲା । ଚର୍ଚ୍ଚିତ ଚୌରିଚୌରା ଘଟଣାପରେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ। ଯାହା ବଡୁ ଯୁବ ଆନ୍ଦୋଳନକାରୀ ମାନଙ୍କୁ କ୍ଷୁବ୍ଧ କରିଥିଲା । ଏହି କାରଣରୁ ଅନେକ ଯୁବଗୋଷ୍ଠୀ ଇଂରେଜ ସରକାରଙ୍କୁ ତଡିବାକୁ ବିଭିନ୍ନ କ୍ରାନ୍ତିକାରୀ ସଭାରେଯୋଗ ଦେଇଥିଲେ । ଯଦିଓ ଅସଫାକଉଲ୍ଲା ଓ ରାମପ୍ରସାଦ ବିସମିଲଙ୍କ ଧର୍ମ ଭିନ୍ନ ଥିଲା, ମାତ୍ର ତାଙ୍କ ଲକ୍ଷ୍ୟ ଥିଲା ଏକ, ତାହା ହେଲା ଭାରତକୁ ଇଂରେଜ ମାନଙ୍କ କବଳରୁ ସାଧିନ କରିବା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ଵ ଆହୁରି ଘନିଷ୍ଠ ହେବାକୁ ଲାଗିଲା । ଇଂରେଜ ମାନଙ୍କ ଦମନ‌କାରୀ ନିତୀକୁ ପ୍ରତିହତ କରିବା ପାଇଁ ଏହି ଯୁବ ସାଧିନତା ସଂଗ୍ରାମୀ ମାନେ ଚରମ ପନ୍ଥାକୁ ଆପଣାଇ ନେଇ ଥିଲେ ଯାହା ପାଇଁ ଆବଶ୍ୟକ‌ତା ପଡିଥିଲା ବନ୍ଧୁକ, ଗୁଳି ଓ ବୋମା । ତେଣୁ ରାମପ୍ରସାଦ ବିସମିଲଙ୍କ ନେତୃତ୍ବରେ ଇଂରେଜ ସରକାରଙ୍କ ଧନ ଲୁଟିବା ପାଇଁ ଯୋଜନା କରାଯାଇଥିଲା । ଅସଫାକଉଲ୍ଲା ଏହାକୁ ମାତୃଭୁମିକୁ ସେବାକରିବାର ଏକ ଅବସର ବୋଲିଭାବି ହାତଛଡା କରିନଥିଲେ । ୧୯୨୫ ମସିହା ଅଗଷ୍ଟ ୯ ତାରିଖ ଦିନ ରାମପ୍ରସାଦ ବିସମିଲ, ଅସଫାକଉଲ୍ଲା, ଚନ୍ଦ୍ରଶେଖର ଆଜାଦ୍ ଓ ଅନ୍ୟାନ୍ୟ ସହଯୋଗୀମାନେ କାକୋରୀଠାରେ ବ୍ରିଟିଶ ସରକାରଙ୍କ ଅର୍ଥକୁ ଲୁଟ୍ କରିଥିଲେ ଯାହାକୁ ଆଜିବି ଐତିହାହାସିକ କାକୋରୀ ଟ୍ରେନ୍ ଲୁଟ୍ ବୋଲି ସ୍ମରଣ କରାଯାଏ । ଏହି ଘଟଣା ପରେ ଇଂରେଜ ସରକାରଙ୍କ ନିଦ ହଜିଯାଇଥିଲା, ତେଣୁ ଏହି ସରକାର କ୍ରାନ୍ତିକାରୀ ମାନଙ୍କୁ ଧରିବ ପାଇଁ ଅଭିଯାନ ଆରମ୍ଭ କରିଥିଲେ ଓ ତା ଫଳରେ ଅସଫାକ୍‌ଉଲ୍ଲା ଓ ରାମ ପ୍ରସାଦ ବିସମିଲ ଧରାପଡିଯାଇଥିଲେ । ଜେଲରେ ବନ୍ଦୀଥିବା ବେଳେ ଜଣେ ମୁସଲିମ୍ ଅଧିକାରୀ ଅସଫାକ୍‌ଉଲ୍ଲାଙ୍କୁ ସେଠାରୁ ସ୍ଵାଧନତା ସଂଗ୍ରାମୀ ମାନଙ୍କ ସହିତ ଯୋଡ଼ିବାକୁ ଚେଷ୍ଟା କରିଥିଲା । ସେ ସେ ଇଂରେଜ ମାନଙ୍କ ଦ୍ବାରା ଗିରଫ ପରେ ମାଲ୍ଟାକୁ ନିର୍ବାସିତ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନର ସ୍ବର ଦବି ଯାଇନଥିଲା ବରଂ ଏହା ଯୁବ ମୁସଲିମ୍ ଧର୍ମଗୁରୁ ଏବଂ ଛାତ୍ର ମାନଙ୍କ ମଧ୍ଯରେ ନୂତନ ଆନ୍ଦୋଳନର ଚେତନା ଜାଗ୍ରତ କରିଥିଲା |ଦେଓବନ୍ଦର ପ୍ରଭାବ ଗୁପ୍ତ କାର୍ଯ୍ୟକଳାପରୁ ବିସ୍ତାରିତ ହୋଇ ଜମିଅତ ଉଲେମା-ଇ-ହିନ୍ଦ ର ପ୍ରତିଷ୍ଠାରେ ମହତ୍ତ୍ବପୂର୍ଣ୍ଣ ଭୂମି ଭୂମିକା ନେଲା— ଯାହା ସ୍ବାଧୀନତା ପୂର୍ବରୁ ଭାରତର ସବୁଠୁ ବଡ଼ ମୁସଲିମ ସାମାଜିକ- ମାଜିକ-ରାଜନୈତିକ ସଂଗଠନମାନଙ୍କ ମଧ୍ୟରେ ଗଣା ହେଉଥିଲା । ମୁସଲିମ ଲିଗ୍ ବିପରିତ ଏହା ଦେଶର ବିଭାଜନର ସପକ୍ଷରେ ନଥିଲା ଏବଂ ଭାରତୀୟ ଜାତୀୟ କଂଗ୍ରେସ ସହିତ ମିଶି ଧର୍ମ ଆଧାରରେ ଦେଶର ବିଭାଜନକୁ ତୀବ୍ର ବିରୋଧ ରାଧ କରିଥିଲା ଜମିଅତ୍‌ର ଦୃଷ୍ଟିକୋଣ ଇସଲାମ୍ ର ମୂଲ୍ୟବୋଧ ୱାହଦତ୍ (ଏକତା) ଓ ଅଦଲ୍ (ନ୍ୟାୟ) ଉପରେ ଆଧାରିତ ହୋଇ ସେ ସମଯର ବିଚ୍ଛିନ୍ନତାବାଦୀ ରାଜନୀତି ପ୍ରତି ଏକ କଡା ଜବାବ ଥିଲା | ରାଜନୈତିକ ଜାଗରଣର କେନ୍ଦ୍ର ଭାବରେ ଦ୍ବିଗଣିତ ହୋଇଥିଲା ା ସେମାନେ କେବଳ ଧର୍ମ ବିଷଯରେ ନୁହେଁ ବରଂ ଗାନ୍ଧୀ, ନେହରୁ ଓ ମୌଲାନା ଆଜାଦ୍ ଙ୍କ ବାର୍ଭା ବିଷୟରେ ଆଲୋଚନା କରୁଥିଲେ | ଭାରତର ମୁକ୍ତି ସଂଗ୍ରାମର ଇତିହାସରେ ଦାରୁଲ- ଉଲୁମ୍ ଦେଓବନ୍ଦ ଓ ସେଠାକାର ବିଦ୍ଵାନମାନଙ୍କ ଅବଦାନ ସମ୍ମାନର ସହିତ ଲିପିବଦ୍ଧ ହେବା ଉଚିତ୍ । ଆମେ ଯେପରି ସେହି ମଞ୍ଚକୁ ଭୁଲି ନଯାଉ—ଯାହା ସତ୍ୟ କହିଥିଲା, ସେହି ମଦରସାକୁ ଭୁଲି ନଯାଉ—ଯାହା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଜନ୍ମ ଦେଇଥୁଲା, ଏବଂ ସେହି ଆସ୍ଥାକୁ ଭୁଲି ନଯାଉ—ଯାହା ସ୍ଵାଧୀନତା ସହ ହାତରେ ହାତ ଧରି ଚାଲିଥୁଲା, ତାହା ପ୍ରତି ଆମେ ସଂକଳ୍ପବଦ୍ଧ ହେବା ଉଚିତ୍ ଇନ୍ସା ୱାରସୀ ଫ୍ରାଙ୍କୋଫୋନ ଏବଂ ସାମ୍ବାଦିକତା ଅଧ୍ୟୟନ ବିଭାଗ ଜାମିଆ ମିଲିଆ ଇସ୍ଲାମିଆ