କଟକ ( ଉତ୍କଳ ନ୍ୟୁଜ ) ୧୯-୦୨-୨୦୨୬ : ପୂର୍ବତନ ପ୍ରଧ୍ୟାପକ ଗୋପବନ୍ଧୁ ବିଶ୍ବାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ପବିତ୍ର ଅମ୍ଳାନ ସ୍ମୃତିରେ ଗରିବ,ଦୁଃଖୀ,ଅସହାୟ ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ନିଃଶୁଳ୍କ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଫାଉଣ୍ଡେସନ, ରାଜେନ୍ଦ୍ର ନଗର ତରଫରୁ ଏସସିବି ମେଡିକାଲ କ୍ୟାମ୍ପସ ପରିସରରେ ଏହି ସେବାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସଭାପତି ମାଗୁଣି, ସମ୍ପାଦକ ବିନୁ ସାହୁ ଓ ଉପଦେଷ୍ଟାଙ୍କ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।ଉପସ୍ଥିତ ଲୋକମାନେ ଫାଉଣ୍ଡେସନର ଏହି ମାନବତାମୂଳକ ପଦକ୍ଷେପକୁ ଅଭିନନ୍ଦନ ଓ ପ୍ରଶଂସା କରିଥିଲେ। ଏହି ଫାଉଣ୍ଡେସନ ଆଗାମୀ ଦିନରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସିତ ହୋଇପାରିଛି। ଶେଷରେ, ପ୍ରଫେସର ଗୋପବନ୍ଧୁ ବିଶ୍ବାଳଙ୍କ ପବିତ୍ର ଆତ୍ମାର ଚିରଶାନ୍ତି କାମନା କରି ସମସ୍ତେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।