ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଖଡ଼ି ଛୁଆଁ ଓ ଶିଶୁ ବାଟିକା ର ଶୁଭ ଉଦ୍ଘାଟନ |

16

କଟକ ( ଉତ୍କଳ ନ୍ୟୁଜ ) ୬-୦୪-୨୦୨୬ : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଆନୁକୁଲ୍ୟରେ ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଆୟୋଜନରେ ଆଜି ୪୨ ମୌଜା ସ୍ଥିତ ବେଣ୍ଟକାର ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ଓ ଶିଶୁ ବାଟିକା ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆଙ୍କର ସ୍ୱାଭିମାନ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଅପ୍ରେଲ ପହିଲାଠାରୁ ଓଡ଼ିଆ ପକ୍ଷ ଆରମ୍ଭ ହୋଇଛି। ଆଜି ପକ୍ଷର ଚତୁର୍ଥ ଦିବସରେ ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହେଉଛି। ହେବ। ଉତ୍ସବରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା ବୋଲି ଅଭିହିତ କରିଥିଲେ। ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟା ବୃଦ୍ଧି କରିବା ଦିଗରେ ଏହା ଏକ ଉତ୍ତମ ପ୍ରୟାସ। ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ମନୋରଞ୍ଜନ ବାରିକ, ସନ୍ତୋଷ କୁମାର ସେଠୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ପକ୍ଷର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅତିଥବୃନ୍ଦ ଛାତ୍ର ଛାତ୍ରୀ ମନଙ୍କୁ ଖଡ଼ି ଛୁଆଁ କରାଇବା ସହିତ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ପ୍ରାରମ୍ଭରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନଡ଼ିଆ ବାଡେଇ ସଚେତନତା ରଥର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋନାଲିସା ଖଟୁଆ, ଏ ବି ଓ ଅନନ୍ତ ଚରଣ ଦେହୁରୀ,ଏବଂ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜିକା ଡକ୍ଟର ସୁଚିଶ୍ମିତା ମହାନ୍ତି, ମାନସୀ ଧଳ, ହୀରାମଣି ମହାନ୍ତି, ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ ବିଭିନ୍ନ କ୍ଲଷ୍ଟରର ସି ଆର ସି ସି ପ୍ରମୁଖ ଉପସ୍ଥିତ ଥିଲେ।