ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓଡ଼ିଶା ପକ୍ଷରୁ ବିଚାରାଧୀନ ବନ୍ଦୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ |

26

କଟକ,(ଉତ୍କଳ ନ୍ୟୁଜ), ୨୨.୦୮.୨୫ : ନିର୍ଦ୍ଧାରିତ କାରାଗାରରେ ମାସିକ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପରିପ୍ରେକ୍ଷୀରେ ମଣ୍ଡଳ କାରାଗାର ଚୌଦ୍ୱାର ପରିସରରେ ଆଜି ପହଞ୍ଚିଥିଲା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶା I ଅଜିମ ପ୍ରେମଜୀ ଫାଉଂଡେସନ ର ମିଳିତ ଆନୁକୂଲ୍ୟରେ ପରିଚାଳିତ କାରାଗାର ପକ୍ଷପୋଷଣ ପ୍ରକଳ୍ପ ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ଡ଼ଃ ରଙ୍ଗିନ ପଲ୍ଲଵ ତ୍ରିପାଠୀ ଙ୍କ ପରାମର୍ଶ କ୍ରମେ ପ୍ରକଳ୍ପ ସଂଯୋଜିକା ସହକାରୀ ପ୍ରଫେସର ଡ଼ଃ କୁନ୍ତିରାଣୀ ପଧାନ ନିଜ ପ୍ରକଳ୍ପ ଟିମ ସହିତ ସ୍ୱତନ୍ତ୍ର କାରାଗାର କୁ ଗସ୍ତ କରି ବିଚାରାଧୀନ ବନ୍ଦୀଙ୍କ "ଦାୟିତ୍ୱ ଓ କର୍ତବ୍ୟ" ସମ୍ପର୍କରେ ସଚେତନ କରାଇଥିଲେ I ବରିଷ୍ଠ ଅଧୀକ୍ଷକ ସୁଜିତ ରାଉଳ ଙ୍କ ସମେତ ପ୍ରକଳ୍ପର ଅଧିକାରୀ ଡ଼ଃ ସମୀର କୁମାର ନନ୍ଦ ,ସୌମ୍ୟା ସୁରଚିତା ସାହୁ, ଆଡ଼ଭୋକେଟ ଯଶପ୍ରୀତ କୌର , ଏମଡି ମସିହଉଲ୍ଲାହ ଓ ଗୁରୁଦେବ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ପ୍ରକଳ୍ପ ସଂଯୋଜିକା ଡ଼ଃ କୁନ୍ତିରାଣୀ ପଧାନ ବିଚାରାଧୀନ ବନ୍ଦୀଙ୍କ ମଧ୍ୟରେ ବିଭିନ୍ନ କୌତୁକପୁର୍ଣ୍ଣ ପ୍ରତିଯୋଗିତା,ନୃତ୍ୟ ଓ ସଂଗୀତ ଆୟୋଜନ କରାଇ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ I