କଟକ (ଉତ୍କଳନିୟୁଜ) ୧୩/୫/୨୦୨୫: କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକ ଜିଲ୍ଲା ଓ ଦୌରାଜଜ କୋର୍ଟ ପରିସର ଏବଂ ତାଲୁକ ସ୍ତରରେ ୨୦୨୫ ମସିହାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସମ୍ମାନୀୟ ଶ୍ରୀ ନାୟାଧିଶ ସଙ୍ଗମ କୁମାର ସାହୁ , ପ୍ରଶାସନିକ ଜଜ କଟକ ଦରମାପ୍ରାପ୍ତ ପଦ କାର୍ଯ୍ୟକାରୀ ଚେୟାରପରସନ ଓଡିଶା ଷ୍ଟେଟ ଲିଗାଲ ସର୍ଭିସ ଅଥରିଟି, କଟକ ଉକ୍ତ ଲୋକ ଅଦାଲତରେ ଯୋଗଦାନ କରି କୋର୍ଟ ପରିଦର୍ଶନ କରିଥିଲେ ଏବଂ ଲୋକ ଅଦାଲତରେ ମୋକଦମା ଗୁଡିକ ଫଇସଲା ସମ୍ବଧରେ ନିଦ୍ଧିଷ୍ଟ ମାର୍ଗ ଦର୍ଶନ କରିଥିଲେ | ଉକ୍ତ ଲୋକ ଅଦାଲତ ରେ ବହୁ ସଂଖ୍ୟକ ଯୋଗ ଦାନ କରି ଲୋକ ଅଦାଲତ ମାଧ୍ୟ୍ୟମରେ ସେମାନଙ୍କ ମୋକଦମା ଗୁଡିକ ଫଇସଲା କରାଇଥିଲେ | କଟକ ଜିଲ୍ଲା ଓ ଦୌରାଜ ତଥା କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ରୀଯୁକ୍ତ ଶିତିକଣ୍ଠ ସାମଲ ଅଧକ୍ଷତରେ କଟକ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିମାନେ ନିଜ ନିଜ କୋର୍ଟ ରେ ଥିବା ମୋକଦମଏ ଫଇସଲା କରାଇଥିଲେ |

ଏହି ଲୋକ ଅଦାଲତରେ ମୋଟ ୨୭୨୦୧ ମୋକଦମା ରୁ ସମୁଦାୟ ୧୨୮୭୭ ଟିମୋକଦମା ଫଇସଲା କରାଯାଇଛି ଏବଂ ଟ. ୧୨୬୧୨୭୭୪୦.୭୦ ଙ୍କ| ଜୋରିମାନା ଓ ଅନୁକମ୍ପା ମୂଳକ ରାଶି ସ୍ଥିରୀକୃତ କରାଯାଇଥିଲା | ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ଜଣ ଦୁର୍ଘଟଣା ଜନିତମୋକଦମା, ପାରିବାରିକ ସମସ୍ୟା , ଜମି ଅଧିଗ୍ରହଣ , ବିଦ୍ୟୁତ ଅଧିନିୟମ ଜନିତ ମୋକଦମା , ଉପଭୋକ୍ତା ଜନିତ ମୋକଦମା,ଚେକ ବାଉଁଶ , ରାଜସ୍ବ ଓ ପ୍ରାକ ବିବାଦୀୟ ଜନିତ ମୋକଦମା ଇତ୍ୟାଦି ଫଇସଲା କରାଜିଥିଲା| ଏହି ଲୋକ ଅଦଲଟାକୁ ଶ୍ରୀ ଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା , ସଚିବ , ଜିଲ୍ଲା ଆଇନ ସେବା ପ୍ରାଧୀକାରଣ, କଟକ ପରିଚାଳନା କରିଥିଲେ |