କଟକ ( ଉତ୍କଳ ନ୍ୟୁଜ ) ୩୧-୦୮-୨୬ : ଭଦ୍ରକ ଜିଲା ତିହିଡ଼ି ଡିଗ୍ରୀ କଲେଜରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ରମେଶଚନ୍ଦ୍ର ପ୍ରତାପଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଅଧ୍ୟାପକ ଡ. ବଂଶୀଧର ବେହେରା, ନାରାୟଣ ପୃଷ୍ଟି ଓ ଅଶୋକ କୁମାର ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ଜାତୀୟ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ଓ କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପତ କରିଥିଲେ। କ୍ରୀଡ଼ା ଶିକ୍ଷକ ବିଦ୍ୟାଧର ଭୋଇ ଜାତୀୟ କ୍ରୀଡ଼ା ଦିବସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦେବେନ୍ଦ୍ର କୁମାର ଉଦ୍ଗାତା, ହରିହର ନାୟକ, ରବିନାରାୟଣ କରଣ, ଲକ୍ଷ୍ମୀକାନ୍ତ ବ୍ରହ୍ମ, କମଳାକାନ୍ତ ଓଝା, ସୂର୍ଯ୍ୟସାରଥି ବାରିକ୍, ସମର ମାଝୀ, ଅଧ୍ୟାପିକା ସ୍ୱପ୍ନବାସବଦତ୍ତା ସୂତାର, ସଂଘମିତ୍ରା ବେହେରା, ସୁନିତା ପ୍ରିୟଦର୍ଶନୀ ତ୍ରିପାଠୀ, ଡ. ତୁନାଜା ପଣ୍ଡା, ଡ. ପ୍ରଣତି ପଣ୍ଡା, ସୁଜାତା ବେହେରା, ଚନ୍ଦ୍ରକାନ୍ତୀ ବନ୍ଧ, ଡ. ଜାମ୍ବବତୀ ସାହୁ, ସ୍ୱପ୍ନାରାଣୀ ମହାପାତ୍ର, ରଜନୀଗନ୍ଧା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।