କଟକ ( ଉତ୍କଳ ନ୍ୟୁଜ ) ୭-୦୩-୨୦୨୬: ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (କେନ୍ଦ୍ରାଂଚଳ) ଭାବେ ଶ୍ର୍ରୀ ଭବାନୀ ଶଙ୍କର ଭୂୟାଁ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ସ୍ୱରାଜ ଆଶ୍ରମଠାରେ ଅବସ୍ଥିତ କାର୍ଯ୍ୟାଳୟରେ ସେ ଏହି ନୂତନ ଦାୟିତ୍ୱ ନେଇଛନ୍ତି । ଏଥିସହ ଶ୍ରୀ ଭୂୟାଁ କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ଓଡ଼ିଶା ସୂଚନା ସେବା ଅଧିକାରୀ ଶ୍ରୀ ଭୟାଁ ୨୦୨୪ ଫେବୃଆରୀ ମାସରେ କଟକ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥଲେ । ଜିଲ୍ଳାରେ ବିଭିନ୍ନ ସରାକରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାକୁ ଲୋକମାନଙ୍କ ନିକଟରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ସେ ସଫଳ ପରିଚାଳନା କରିଆସୁଛନ୍ତି । ଏହା ପୂର୍ବରୁ ସେ ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଭୁବନେଶ୍ୱର ଜୟଦେବ ଭବନର ମ୍ୟାନେଜର ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱ ନିର୍ବାହ କରିଛନ୍ତି । ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା,ସରକାରୀ ସୂଚନା ପ୍ରସାରଣରେ ଦକ୍ଷତା ଓ ଲୋକସମ୍ପର୍କ କ୍ଷେତ୍ରରେ ବ୍ୟାପକ ଅନୁଭବକୁ ପାଥେୟ କରି ସେ ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବାରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଏହି ଅବସରରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ନେତୃତ୍ୱରେ କେନ୍ଦ୍ରାଂଚଳ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟକଳାପ ଆହୁରି ସୁଦୃଢ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।