ଇନ୍ଦ୍ରାଣୀପାଟଣା ପଞ୍ଚାୟତ, ମା ସରଦେଇ ପୀଠରେ ଥଣ୍ଡା ପାନୀୟ ଜଳ ମେସିନ ର ଶୁଭ ଉଦ୍ଘାଟନ |

1675

କଟକ(ଉତ୍କଳ ନିଉଜ)୧୭/୦୭/୨୦୨୫ : ଇନ୍ଦ୍ରାଣୀପାଟଣା ପଞ୍ଚାୟତ ମା ସରଦେଇ ପୀଠରେ ଥଣ୍ଡା ପାନୀୟ ଜଳ ମେସିନ ର ଶୁଭ ଉଦ୍ଘାଟନ ହୋଇଯାଇଛି । ବିଜେପି ନେତା ନୟନ ମହାନ୍ତିଙ୍କ ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ରେ ମାରାଥନ ଗ୍ରସ୍ତ । ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ , ଇନ୍ଦ୍ରାଣୀପାଟଣା ପଞ୍ଚାୟତ , ଇନ୍ଦ୍ରାଣୀପାଟଣା ଗ୍ରାମ ମା ସରଦେଇ ପୀଠ ପରିସରରେ ଏକ ଥଣ୍ଡା ପାନୀୟ ଜଳ ମେସିନ ର ଶୁଭ ଉଦ୍ଘାଟନ କରିଥିଲେ । ଜେ କେ ସିମେଣ୍ଟ କମ୍ପାନୀ ପ୍ରଦତ୍ତ ଏହି ନୂତନ ଥଣ୍ଡା ପାନୀୟ ଜଳ ମେସିନର ଉଦ୍ଘାଟନ ସମୟରେ କମ୍ପାନୀର ନେତ୍ରାନନ୍ଦ ମହାନ୍ତି ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଶହ ଶହ ଗ୍ରାମବାସୀଙ୍କ ହରିବୋଲ ହଳହୁଳି ,ନୟନ ମହାନ୍ତି ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ଧ୍ବନିରେ ମନ୍ଦିର ପରିସର କମ୍ପୁଥିଲା ।ସ୍ଥାନୀୟ ଜେକେ ସିମେଣ୍ଟ କମ୍ପାନୀର ବରିଷ୍ଠ ଅଧିକାରୀ ନେତ୍ରାନନ୍ଦ ମହାନ୍ତି ଆଗାମୀ ଦିନରେ ସି. ଏସ .ଆର . ଫଣ୍ଡ ରେ ଇନ୍ଦ୍ରାଣୀପାଟଣା ପଞ୍ଚାୟତ କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ମନ୍ଦିର ପରିସରରେ ଏକ ସଭା କାର୍ଯ୍ୟ କରାଯାଇ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଜେପି ନେତା ନୟନ କିଶୋର ମହାନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଭାଗିରଥି ଦଳାଇ ,ରାଜ୍ୟ ପରିଷଦ ସଭ୍ୟ ଚିରଞ୍ଜିବୀ ଖଣ୍ଡାୟତ ରାୟ , ସଂସଦ ପ୍ରତିନିଧି ପ୍ରଶାନ୍ତ ବିଶ୍ଵାଳ ,ଚୌଦ୍ୱାର ର ଜିଲ୍ଲା ପ୍ରତିନିଧ ସନ୍ତୋଷ କୁମାର ସାହୁ ଗ୍ରାମର ଯୁବ ବିଜେପି ସଂଗଠକ ଅମୂଲ୍ୟ ଦାସ ,ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ ,ପଞ୍ଚାୟତର ସମିତି ସଭ୍ୟ ସସ୍ମିତା ନାୟକ ,ପଞ୍ଚାୟତ ନାଏବ ସରପଞ୍ଚ ଧନେଶ୍ଵର ନାଏକ ,ପୂର୍ବତନ ମଣ୍ଡଳ ସଭାପତି ଅଜିତ ସୁବୁଦ୍ଧିରାୟ,କୟଳପଡା ପଂଚାୟତ ବିଜେପି ଯୁବ ମୋର୍ଚା ସଭାପତି ଦୀପକ ବରାଳ ,ଗ୍ରାମ ମୂରବୀ ନୃସିଂହ ଚରଣ ନାୟକ,କୈଳାଶ ନାୟକ,ଲଖମଣ ଦାସ ,ପ୍ରଫୁଲ୍ଲ ଭୂୟାଁ ,ଅନାମ ଦାସ, ଯୋଗୀ ନାୟକ, ବିଜୟ କେତନ ଦାସ ,ରାମ ଚନ୍ଦ୍ର ସ୍ୱାଇଁ , ବଳରାମ ମହାନ୍ତି ,ରୀନା ଦାସ ,ସୁନାକାର ଦାସ ,ବାବନ ଦେହୁରୀ , ହାପି ଦାସ ,ପବିତ୍ର ନାୟକ ,କାଁହୁ ଚରଣ ଦାସ,ଦୀପକ ଦାସ ,ବିବେକ ନାୟକଙ୍କ ସହ ବହୁ ବିଜେପି କର୍ମୀ ,ଗ୍ରାମର ଯୁବକ ଓ ମହିଳା ଉପସ୍ଥିତ ରହିଥିଲେ ।