ନ୍ୟୁ ଷ୍ଟିୱାର୍ଟ ସ୍କୁଲ ସୁପର ଭାଇଜର ଙ୍କ ଅକାଳ ବିୟୋଗ |

201

କଟକ (ଉତ୍କଳ ନ୍ୟୁଜ ) ୨୫-୧୦-୨୦୨୫ : ମିଶନ ରୋଡ଼ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ସୁପର ଭାଇଜର ଦିଲ୍ଲୀପ କୁମାର ଦାସ ବ୍ରେନ ଷ୍ଟ୍ରୋକ ରେ ପୀଡିତ ହୋଇ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି I ସ୍ବର୍ଗତ ଦାସ ନ୍ୟୁ ଷ୍ଟିୱାର୍ଟ ବିଦ୍ୟାଳୟରେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ I ସେ ଜଣେ କର୍ମନିଷ୍ଠ ଓ ସଚ୍ଚୋଟ କର୍ମଚାରୀ ଥିଲେ I ସ୍ବର୍ଗତ ଦିଲ୍ଲୀପ କୁମାର ଦାସ ଜଟଣୀ ସ୍ଥିତ ଆଶ୍ରୟ ପୁର ଗ୍ରାମରେ ୧୯୭୨ ମସିହା ଜୁନ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କର ଅକାଳ ବିୟୋଗରେ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ପରିଚାଳନା କମିଟି ର ଚେୟାରମ୍ୟାନ,ବିଦ୍ୟାଳୟର ସମ୍ପାଦକ,ଡାୟୋସେସିଅIନ ଏଜୁକେସନ ବୋର୍ଡ ର ସମ୍ପାଦିକା,କଟକ ଷ୍ଟିୱାର୍ଟ ସ୍କୁଲ ର ଅଧ୍ଯକ୍ଷI,ସମ୍ପାଦିକା ,ନ୍ୟୁ ଷ୍ଟିୱାର୍ଟ ସ୍କୁଲ ପରିଚାଳନା କମିଟି ର ସଭ୍ୟବୃନ୍ଦ,ବିଦ୍ୟାଳୟର ଅଧ୍ୟକ୍ଷ ,ସଂଯୋଜିକା,ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରି ଥିଲେ I