କଟକ (ଉତ୍କଳ ନ୍ୟୁଜ ) ୨୫ -୦୯-୨୦୨୫: ବିଜେପି ନେତା ସନ୍ତୋଷ ମହାନ୍ତି ଙ୍କ ହସ୍ତକ୍ଷେପ ପରେ ପ୍ରକୃତ ଚାଷୀ ଙ୍କୁ ମିଳିଲା ସାର ।ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ରେ ସାର ର କୃତ୍ରିମ ଅଭାବ କୁ ଦୃଷ୍ଟି ରେ ରଖି ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ହସ୍ତକ୍ଷେପ ପରେ ସାରା ମିଳିଲା ଅଞ୍ଚଳ ର ଚାଷୀ ମାନଙ୍କୁ | ଟାଙ୍ଗୀ ଚୌଦ୍ବାର ବ୍ଲକ ର ବିଭିନ୍ନ ସୋସାଇଟି ଯଥା ନଖରା, ଆଗ୍ରାହାଟ, କୟଳପଡା, ନିମପୁର ଆଦି ସୋସାଇଟିକୁ ଆଜି ସାର ଆସି ପହଂଚି ଥିଲା ତେବେ ସନ୍ତୋଷ ମହାନ୍ତି ଙ୍କ ଉପସ୍ଥିତି ରେ ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ସାର ବିତରଣ କରାଯାଇଥିଲା। ଏନେଇ ଅଞ୍ଚଳ ବସି ଶ୍ରୀ ମହାନ୍ତି ଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହି ପରିପ୍ରେକ୍ଷୀ ରେ ସନ୍ତୋଷ ମହାନ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ବା ସହ , ରାଜ୍ୟ ସରକାର ଙ୍କ ତରଫରୁ ଚାଷୀଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ସାର ଯୋଗଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସାର ଯୋଗାଣ ଦାୟିତ୍ଵ ରେ ଥିବା ଅଧିକାରୀ ଭାଗୀରଥି ବିଶ୍ଵାଳ ମାର୍କ ଫେଡ ର ଏରୀୟା ମ୍ୟାନେଜର ଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ନଖରା କୃଷି ସମବାୟ ସମିତି ର ସଭାପତି ବିଜୟ କୁମାର ମହାପାତ୍ର, ସମ୍ପାଦକ ଶରତ କୁମାର ସ୍ବାଇଁ,ଉପସଭା ନେତ୍ରୀ ନମିତା ଦେବତା, ଧନେଶ୍ୱର ଜେଠି, ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ ଖଣ୍ଡାୟତରାୟ,ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶ୍ରୁଖଳା ରେ ପରି ଚାଳନା ରେ ସହଯୋଗ କରିଥିଲେ।