କଟକ (ଉତ୍କଳ ନ୍ୟୁଜ ) ୩୦-୦୫-୨୦୨୫ : କଟକ ମହିଳା ଶାଖା ପକ୍ଷରୁ ଆନ୍ତର୍ଜାତିକ ମହିଳା ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନର ଅଧ୍ୟକ୍ଷ ଡ଼ାକ୍ତର ସସ୍ମିତା ସ୍ବାଇଁ ଏବଂ ସମ୍ପାଦକ ଡାକ୍ତର ଶୁଚିସ୍ମିତା ଭୂୟାଁଙ୍କ ନେତୃତ୍ୱରେ କଟକ ଆଇ ଏମ ଏ କକ୍ଷରେ ପାଳିତ ହୋଇଯାଇଛି।ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ତୃପ୍ତି ଦାସ ଯୋଗ ଦେଇ ନାରୀ ମାନଙ୍କ ସ୍ବାସ୍ଥ୍ୟ ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ସିନ୍ଧୁ ନନ୍ଦିନୀ ତ୍ରିପାଠୀ, ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଡାକ୍ତର ଇତି ରାଣୀ ସାମନ୍ତଙ୍କ ସହିତ ଅନେକ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ମଞ୍ଚରେ ଅତିଥି ମାନଙ୍କ ବକ୍ତବ୍ୟ ଥିଲା ନାରୀ ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ସର୍ବାଙ୍ଗ ଉନ୍ନତି ବିଷୟରେ ଗଭୀର ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ଲୁସି ଦାସ, ଡ଼ା ମାୟା ପାଢ଼ୀ, ଡ଼ା ଆରତୀ ବେହେରା, ଡ଼ା ଗୀତାଞ୍ଜଳି କର, ଅର୍ପିତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏମର ମୂଖ୍ୟ ଶାଖା ପକ୍ଷରୁ ଡ଼ା ସତ୍ୟ ନାରାୟଣ ରାଉତରାୟ, ଡ଼ା ଜୟନ୍ତ କୁମାର ପଣ୍ଡା, ଡ଼ା ବ୍ରଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କଣ୍ଠଶିଳ୍ପୀ ତୃପ୍ତି ଦାସ ଓ ଡ଼ା ସରୋଜିନୀ ଷଡ଼ଙ୍ଗୀ, ଡ଼ା ଇତି ରାଣୀ ସାମନ୍ତ, ଡ଼ା ସିନ୍ଧୁ ନନ୍ଦିନୀ ତ୍ରିପାଠୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକ ରୁ ଏମ.ଡି ଜାଭେଦ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |