ନୂଆସାହି ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରିଡା ଓ ସାଂସ୍କୃତିକ ଉତ୍ସବ ପାଳନ |

121

କଟକ (ଉତ୍କଳ ନ୍ୟୁଜ ) ୨୧-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଜାମଯୋଡି ଗ୍ରାମ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରିଡା ଓ ସାଂସ୍କୃତିକ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିହିଡି ବ୍ଲକର ଅନୁଶିକ୍ଷାଧିକାରୀ ରତ୍ନାକର ସାହୁ ଏବଂ ମୁଖ୍ୟ ବକ୍ତାଭାବେ ଘଣ୍ଟେଶ୍ୱର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ, ସମ୍ମାନନୀୟ ଅତିଥି ଭାବେ ସମିତି ସଭ୍ୟାଙ୍କର ପ୍ରତିନିଧି ଅଜୟ କୁମାର ରାଉତ, କାନପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ପାଢୀ ଓ ନଛିବିନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରସାଦ ଧଳ, ବିଶିଷ୍ଟ ଅତିଥି ଭାବରେ ସାମନ୍ତରାୟପୁର ଆଞ୍ଚଳିିକ ସାଧନ କେନ୍ଦ୍ରର ସଂଯୋଜକ ସୁଶାନ୍ତ କୁମାର ସାହୁ, ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ନାୟକ, ଜାମଯୋଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ପାଢୀ, ଅମୃତପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ, ଦରପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁଳମଣି ମାଝି ଓ ନରେନ୍ଦ୍ରପୁର ଉତ୍କଳମଣି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠର ସହକାରୀ ଶିକ୍ଷକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମଳିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନ ମୁଗ୍ଧକର ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କରୁଣାକର ବାରିକ ବିଦ୍ୟାଳୟର ଉନ୍ନତି ଓ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର କ୍ରିଡା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଖାରବେଳ ବେହେରା, ଶିବଚରଣ ରାଉତ, ଭରତ ଚନ୍ଦ୍ର ମଳିକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଉପ-ସଭାପତି ସୁନେଲିସା ମଳିକ, ସଦସ୍ୟ ସୁଶାନ୍ତ କୁମାର ମହାକୁଡ, ଅଭୟ କୁମାର ମଳିକ, ସଦସ୍ୟା ଗୀତାଞ୍ଜାଳୀ ମଳିକ ଓ ସ୍ୱର୍ଣ୍ଣରେଖା ମାହୁନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ||