ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ସୁପ୍ରଭା ମିଶ୍ର ସମ୍ବର୍ଦ୍ଧିତ |

247

କଟକ (ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୫ ; ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ପୁରୀ “ଜଗା ଚାକର ସଂଘ”ର ଜିଲ୍ଲା ସଂଯୋଜକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଅଧିନ ପଳାଶପୁର ଗାଁର ମନୋଜ ମିଶ୍ରଙ୍କ ଧର୍ମପତ୍ନୀ ସୁପ୍ରଭା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଗଠନ ପକ୍ଷରୁ ଭଦ୍ରକରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ମୁଖ୍ୟବକ୍ତାଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ଶ୍ରୀମତୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀମତୀ ମିଶ୍ର ଚିନ୍ତା ଚେତନା ଓ ସେବାମନସ୍କତା, ମାନବବାଦର ଜୟଗାନ କରିଥାନ୍ତି । ସାମାଜିକ ସ୍ତରରେ ସମସ୍ୟାରେ ପଡିଥିବା ଲୋକଙ୍କୁ ସହାୟତା କରିବା, ଶ୍ରୀମଦ୍ ଭଗବତ୍ ଗୀତାର ପ୍ରଚାର ପ୍ରସାର କରିବା ଏବଂ ଅସହାୟ ବୃଦ୍ଧବୃଦ୍ଧାଙ୍କର ସେବାଶ୍ରମକୁ ଯାଇ ସେବାକାର୍ଯ୍ୟ କରିବା, ନିସହାୟ ଅନାଥ ପିଲାମାନଙ୍କର ସେବା ଯତ୍ନ କରିବା, ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କରିବା, ଗାଁ ଗହଳିରେ ଜଗନ୍ନାଥ ମହାପ୍ରଭୁଙ୍କରଙ୍କର ପ୍ରଚାର ଓ ପ୍ରସାର ନିମନ୍ତେ ମହାପ୍ରସାଦ ନିର୍ମାଲ୍ୟ ଏବଂ ଗଙ୍ଗାଜଳ ପ୍ରଦାନ କରିବା କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ । ଶେଷଯାତ୍ରା ସମୟରେ ଶବଦାହ ବେଳେ ଉପସ୍ଥିତ ରହି ଅସହାୟ ମଣିଷର ଅନ୍ତିମ ଦର୍ଶନ ଓ ବିଦାୟ ଜ୍ଞାପନ କରିବାର ଲକ୍ଷ୍ୟ ରଖିଥାନ୍ତି । ତାଙ୍କର ପ୍ରଜ୍ଞା, ସାରସ୍ୱତ ପ୍ରତିଭା, ବ୍ୟକ୍ତିତ୍ୱର ଅନବଦ୍ୟ ଭୂମିକା ପ୍ରଗତିର ଇତିହାସରେ ସ୍ମରଣୀୟ । ତାଙ୍କ ପରି ଗାନ୍ଧିବାଦୀ ଜନସେବିକା ଓ ଅନୁଶାସନ ପ୍ରିୟ ନୀତିନିଷ୍ଠ ଦେଶପ୍ରେମୀ ଆଜିର ସମାଜରେ ବିରଳ । ଜନସେବା କ୍ଷେତ୍ରରେ ମହାନାୟିକା ସାଜିଥିବା ନେଇ ଏପରି ସମ୍ବର୍ଦ୍ଧିତ କରାଯାଇଥିବା “ଓଡିଶା ତେଜସ୍ୱିନୀ ମହିଳା ସଂଗଠନ” ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |