କଟକ ( ଉତ୍କଳ ନ୍ୟୁଜ ).୧୨-୦୮-୨୦୨୬ : କାଶ୍ମୀର ଓ ଏହାର ଲୋକଙ୍କ ସ୍ୱାର୍ଥ କଥା କହୁଥିବା ପାକିସ୍ତାନର ଦୋମୁହାଁ ନୀତି ଏବଂ କପଟତ୍ବା ପୁଣିଥରେ ଲୋକଲୋଚନକୁ ଆସିଛି । ପାକିସ୍ତାନ ଅଧିକୃତ କାଶ୍ମୀର (ପି.ଓ.କେ.)ରେ ମିଳିତ ଆୱାମୀ କାର୍ଯ୍ୟ କମିଟି (ଜେ.ଏ.ଏ.ସି)ର ନେତୃତ୍ବରେ ଦୀର୍ଘ ସମୟ ଧରି ଚାଲିଥିବା ପ୍ରତିବାଦ ପାକିସ୍ତାନ ସରକାରଙ୍କ ଦାବି ଓ ବାସ୍ତବତା ମଧ୍ୟରେ ଥିବା ତଫାତକୁ ସ୍ପଷ୍ଟ କରିଦେଇଛି । ସେପ୍ଟେମ୍ବର ୨୦୨୫ରେ ପ୍ରତିବାଦକାରୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ଇସଲାମବାଦ ବିଫଳ ହେବା ପରେ ଜୁନ୍ ୦୫, ୨୦୨୬ ରୁ ଆନ୍ଦୋଲନ ପୁଣିଥରେ ଜୋର ଧରିଥିଲା । ଦୀର୍ଘ ଦଶନ୍ଧି ଧରି ଅବହେଳା ଓ ଶୋଷଣର ଶିକାର ହୋଇଆସୁଥିବା ପି.ଓ.କେ.ର ଲୋକମାନେ ଗତ ବର୍ଷ ରାଜ୍ୟବ୍ୟାପି ବିକ୍ଷୋଭ ସହ ମୁଜାଫରବାଦ ଅଭିମୁଖେ ଏକ ବିଶାଳ ପଦଯାତ୍ରା କରିଥିଲେ । ଏହି ଜନଆନ୍ଦୋଳନ ଚାପରେ ପାକିସ୍ତାନ ସରକାର ଜେ.ଏ.ଏ.ସି ପକ୍ଷରୁ ଉପସ୍ଥାପିତ ୩୮ଟି ଦାବି ମଧ୍ୟରୁ ଅଧିକାଂଶକୁ ମାନିବାକୁ ବାଧ୍ଯ ହୋଇଥିଲା । ସୁବିଧାର ଅବସାନ, ରାଜ୍ୟ ବାହାରେ ଥିବା କାଶ୍ମୀରୀ ପ୍ରତିନିଧି ଙ୍କ ପାଇଁ ସଂରକ୍ଷିତ ୧୨ଟି ବିଧାନସଭା ଆସନର ବିଲୋପ, ସମସ୍ତଙ୍କ ପାଇଁ ମାଗଣା ଓ ସମାନ ଶିକ୍ଷା ବ୍ୟବସ୍ଥା, ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ମାଣ, ପ୍ରବାସୀ ପାକିସ୍ତାନୀଙ୍କ ପାଇଁ ଚାକିରି ସଂରକ୍ଷଣର ଅନ୍ତ, ଏକ୍ସପ୍ରେସୱେ ନିର୍ମାଣ, କୃଷି ଓ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଣ, ନ୍ୟାୟିକ ସଂସ୍କାର, ଅନାବଶ୍ୟକ ସରକାରୀ ବିଭାଗ ଗୁଡ଼ିକୁ ବନ୍ଦ କରିବା, ଯୁବକମାନଙ୍କୁ ସୁଧମୁକ୍ତ ଋଣ ପ୍ରଦାନ, ବ୍ୟପକ ନିଯୁକ୍ତି ସୁଯୋଗ, ବ୍ୟବସାୟୀ ସମ୍ପ୍ରଦାୟକୁ ସୁରକ୍ଷା ଓ ସହାୟତା, ବିଦ୍ୟୁତ୍ ବିଲରେ ସବସିଡି ଏବଂ ଗହମ ଅଟା ଉପରେ ସବସିଡି ପ୍ରଦାନ । ଦାବିପତ୍ରରେ ଥିବା ଅଧିକାଂଶ ଦାବି ଏପରି ସୁବିଧା ଓ ସେବା ସହ ଜଡ଼ିତ, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସାଧାରଣତଃ ନିଜ ନାଗରିକଙ୍କୁ ପ୍ରଦାନ କରିଥାଏ । କିନ୍ତୁ ପି.ଓ.କେ.ର ଲୋକମାନଙ୍କୁ ଏହି ମୌଳିକ ସୁବିଧା । ପାଇଁ ପଧ୍ଯ ପ୍ରତିବାଦ କରିବାକୁ ପଡ଼ୁଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ପାକିସ୍ତାନ ପ୍ରାୟ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ କରି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲା । ଲୁହବୁହା ଗ୍ୟାସ, ଗୁଳିଚାଳନା ଓ ବଳପୂର୍ବକ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ମୃତ ଓ ଆହତ ହୋଇଥିବା ଅଭିଯୋଗ ରହିଛି । ଜେ.ଏ.ଏ.ସି.ର ଅଭିଯୋଗ ଅନୁସାରେ ୮୦ରୁ ଅଧିକ ଶାନ୍ତିପୂର୍ଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଏବଂ ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ସୁରକ୍ଷାବାହିନୀ ସରକାରୀ ହସ୍ପିଟାଲରୁ ୫୬ଟି ମୃତଦେହ ନେଇଯାଇଥିବା ଅଭିଯୋଗ ମଧ୍ୟ କରାଯାଇଛି । ଭୟର ପରିବେଶ ସୃଷ୍ଟି ହେବାରୁ ଅନେକ ଆହତ ବ୍ୟକ୍ତି ସରକାରୀ ହସ୍ପିଟାଲକୁ ନଯାଇ ଘରେ କିମ୍ବା ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ପ୍ରଦର୍ଶନକାରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୁରକ୍ଷାବାହିନୀ ଘରେ ପଶି ଲୁଟପାଟ କରିଥିଲେ ଏବଂ ପରିବାରର ସଦସ୍ୟମାନଙ୍କ ସହ ଦୁର୍ବ୍ଯବହାର କରିଥିଲେ । କେତେକ ମହିଳା ମଧ୍ୟ ସେମାନଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି ।ମୁଜାଫରବାଦ ବିଶାଳ ପଦଯାତ୍ରା ପୂର୍ବରୁ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହୋଇଥିଲା । ଗିରଫ, ଗୁଳିଚାଳନା ଓ ରାସ୍ତା ଅବରୋଧ ମାଧ୍ୟମରେ ଲୋକଙ୍କୁ ପଦଯାତ୍ରାରେ ଯୋଗଦେବାରୁ ରୋକିବାକୁ ଚେଷ୍ଟା କରାଯାଇଥିଲା । ଦୀର୍ଘ ସମୟ ଧରି ପିଓକେରେ ବଜାର, ସ୍କୁଲ, ଇଣ୍ଟରନେଟ ଓ ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ସରକାର ଓ ଜେ.ଏ.ଏ.ସି. ମଧ୍ଯରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନଥିଲା । ଜେ.ଏ.ଏ.ସି. ଗିରଫ ନେତାଙ୍କ ମୁକ୍ତି, ତାଙ୍କ ଉପରେ ଥିବା ମାମଲାର ପ୍ରତ୍ୟାହୀର ଓ ସଂଗଠନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲା । ସରକାର ଏହାକୁ ମାନିନଥିବାରୁ ଆନ୍ଦୋଳନ ଜାରି ରହିଥିଲା । ପରେ କେତେକ ନେତା ପିଓକେ ପାଇଁ ଅଧୂକ ସ୍ଵାୟତ୍ତତା ଓ ନିଜ ଭବିଷ୍ୟତ ନିଜେ ନିର୍ଣୟ କରିବାର ଅଧିକାର ଦାବି କରିଥିଲେ । ସେମାନଙ୍କର ନୂଆ ସ୍ଲୋଗାନ ଥିଲା – ୱତନ ୟା କଫନ (ମାତୃଭୂମି କିମ୍ବା ବଳିଦାନ) । ଏହି ଘଟଣାକୁ ନେଇ ଭାରତ ପାକିସ୍ତାନର କାର୍ଯ୍ୟକଳାପକୁ ସମାଲୋଚନା କରିଛି ଏବଂ ପିଓକେରେ ମାନବାଧୂକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଛି । ସମାଲୋଚକମାନଙ୍କ ମତରେ, ଭାରତୀୟ କାଶ୍ମୀରର ଲୋକଙ୍କ ଅର୍ଧକାରର କଥା କହୁଥିବା ପାକିସ୍ତାନ, ନିଜ ନିଯନ୍ତ୍ରଣରେ ଥୁବା ପିଓକେର ଲୋକଙ୍କ ସହ ଯେଉଁ ବ୍ୟବହାର କରୁଛି, ତାହା ତାହାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି । ଏହି ଘଟଣା ପରେ ପିଓକେର ଲୋକଙ୍କ ମଧ୍ୟରେ ନ୍ୟାୟ, ସମ୍ମାନ ଓ ନିଜ ଭବିଷ୍ୟତ ନିଜେ ନିର୍ଣୟ କରିବାର ଦାବି ଆହୁରି ଜୋରଦାର ହୋଇଛି । ନିୟୁ ଏଜ୍ ଇସଲାମ