କଟକ (ଉତ୍କଳ ନ୍ୟୁଜ ) ୧୮-୬-୨୦୨୫ ; ରାଜ୍ୟ ସରକାର ଙ୍କ ପକ୍ଷ ରୁ ନିଶା ଦ୍ରବ୍ୟ ତଥା ଅପ ମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ , ବିରୋଧୀ ଜନ ସଚେତନତା ସୃଷ୍ଟି ଉଦେଶ୍ୟ ରେ ଚାଲିଥିବା ଅଭିଯାନ ରେ ଚୌଦ୍ୱାର ଅବକାରୀ ବିଭାଗ କୁ ପୁଣି ସଫଳତା | ଅବକାରୀ ସୁପରିଟେଣ୍ଡେଣ୍ଟ ଉମା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ମାନସୀ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ ହୋଇଥିଲା | ଏହି ଟିମ ଚୌଦ୍ୱାର ଅବକାରୀ ବିଭାଗ ର ଏସ ଆଇ ବାପି ସାହୁ , ଏଏସ ଆଇ ଆଶୁତୋଷ ଜେନା , ରାଜ କୃଷ୍ଣ ବିଶ୍ୱାଳ , ଲକ୍ଷ୍ମଣ ବେହେରା , ସୁନୀଲ ବଳ , ପ୍ରମୁଖ ରହିଥିଲେ | ଦେଶୀ ମଦ ବୋଝେଇ ଏକ କାର ଆସୁଥିବା ର ସୂଚନା ପାଇ ଆଜି ଭୋର ରୁ ଟିମ ର ସମସ୍ତ ସଦସ୍ୟ ମାନେ ଗାନ୍ଧୀଛକ ଠାରେ ଛକି ରହିଥିଲେ | ଗାଡି ଟି ଦ୍ରୁତ ଗତି ରେ ଖସି ଯିବାକୁ ଚେଷ୍ଟା କରିଥିବା ବେଳେ ଅବକାରୀ ଟିମ ତାକୁ ଧରିବା ରେ ସଫଳ ହୋଇଥିଲା | ଉକ୍ତ ମାରୁତି ସୁଜୁକି କାର (ଓଡି - ୧୯ - ଏ - ୩୨୩୫) କୁ କାବୁ କରି ଗାଡି ରେ ଥିବା ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ପରେ କାର ରୁ ୭ ଟି ବସ୍ତା ରେ ଦେଶୀ ମଦ ଭର୍ତ୍ତି ୨୧ ଟି ବ୍ଲାଡର ପାଇଥିଲେ | ସମୁଦାୟ ୪୨୦ ଲିଟର ରୁ ଉର୍ଧ ରନ୍ଧା ମଦ ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ରୁ ଉର୍ଧ୍ଵ ହେବା ସହ , ଏହି ଦେଶୀ ମଦ ଆଠଗଡ଼ କର ଗାଁ ଅଂଚଳ ରୁ ଆସି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସୂଚନା ରହିଛି | ଏଥି ରେ ସମ୍ପୃକ୍ତ ଦୁଇ ଯୁବକ ଜଗନ୍ନାଥ ବେହେରା ଓ ସରୋଜ କୁମାର ବେହେରା ଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରି ଘଟଣା ର ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ |