ସ୍ୱାମୀ ଲଷ୍ମଣାନନ୍ଦ ସ୍ମୃତି ସମାରୋହ ଆୟୋଜିତ |

30

କଟକ,(ଉତ୍କଳ ନ୍ୟୁଜ),୨୪.୦୮.୨୦୨୫ : ଧର୍ମ ଜାଗରଣ ସମନୟ କଟକ ଆନୁକୂଲ୍ୟରେ ସ୍ୱାମୀ ଲଷ୍ମଣାନନ୍ଦଙ୍କର ସପ୍ତଦଶ ସ୍ମୃତି ସମାରୋହ ସାରଳା ଭବନ ଠାରେ ଆୟୋଜିତ ହୋଇଯାଇଛି | ଏଥିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିଥି ଭାବରେ ଯୋଗଦେଇଥିଲେ | ଜିଲ୍ଲା ସଂଯୋଜକ ମନୋହର ମହନ୍ତଙ୍କ ପୌରାହୀତ୍ୟ ରେ ଅନୁଷ୍ଠିତ ଧର୍ମ ରକ୍ଷା କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତlପ ଓ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ମlଗଦର୍ଶକ ଭାବରେ କଳ୍ପତରୁ ଆଶ୍ରମର ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ, ନୂଆ ଗାଁ ର ସନ୍ଥ ସତ୍ୟାନନ୍ଦ ଦାସ ମହାରାଜ, ବାବାଜୀ ବିଶ୍ୱନାଥ ଦାସ, ସ୍ୱାମୀ ତ୍ରୋ ଲକୟ ଭାରତୀ, ଓ ସନ୍ତୋଷ ଚୈତନ୍ୟ ମହାରାଜ ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଶ୍ରଦ୍ଧା ଜାଗରଣ ପ୍ରମୁଖ ରାଜେନ୍ଦ୍ର ପ୍ରସାଦ ମାଦଳ ମୁଖ୍ୟ ବକ୍ତା, ପୂର୍ବ ଭାରତର ଧର୍ମ ଜାଗରଣ କ୍ଷେତ୍ରର ପ୍ରମୁଖ ବିନୟ କୁମାର ଭୂୟାଁ, ପ୍ରଲାଦ ଖଣ୍ଡେୱାଲ, ଦେପେନ୍ଦ୍ର ନାଥ ପଣ୍ଡା ଯୋଗ ଦେଇଥିଲେ | ପୂର୍ବ ଓଡିଶା ପ୍ରମୁଖ ଆଲୋକ କୁମାର ଖଟୁଆ ପୂର୍ବ ପ୍ରାନ୍ତ ସହ ସଂଯୋଜକ ଚନ୍ଦ୍ରକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |