କଟକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 10K FPO ଯୋଜନା ଅଧୀନରେ ଜୋନାଲ୍ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ |

31

କଟକ,(ଉତ୍କଳ ନ୍ୟୁଜ), ୨୧.୦୮.୨୦୨୫ : କଟକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 10K କୃଷକ ଉତ୍ପାଦକ ଗୋଷ୍ଠୀ 10K FPO (Farmer Producer Organisation) ଯୋଜନା ଅଧୀନରେ ଏକ ଜୋନାଲ୍ ସ୍ତରୀୟ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହୋଇଯାଇଛି । FPO ମାନଙ୍କୁ ସଶକ୍ତ କରିବା ପାଇଁ ବିହନ, ସାର, କୀଟନାଶକ ପରି ଇନପୁଟ୍ ସର୍ଭିସ, ମଣ୍ଡି , FASSAI, ENAM, ONDC ପରି ସର୍ଟିଫିକେସନ୍‌, ବଜାର ଯୋଗାଣ, ରପ୍ତାନି ସୁଯୋଗ, ଉଚ୍ଚମୂଲ୍ୟ କୃଷିପଦାର୍ଥ ଓ ଋଣ ସୁବିଧା ଆଦି ଉପରେ ଆଲୋଚନା କରାଯାଇଥିଲା। ORMAS ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିପିନ ରାଉତ କହିଥିଲେ, “FPO ମାନଙ୍କର ସଫଳତା ପାଇଁ ଇନପୁଟ୍ ସର୍ଭିସ ସବୁଠାରୁ ମୁଖ୍ୟ । ଏଥିସହ, ସର୍ଟିଫିକେସନ୍‌ ମାଧ୍ୟମରେ କୃଷକମାନେ ବଡ଼ ବଜାର ସହିତ ସଂଯୋଗ ହୋଇପାରିବେ ।” ଏହି ପ୍ରଶିକ୍ଷଣରେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପ୍ରଶାନ୍ତ କୁମାର ନାୟକ, FDRVC ର ଶ୍ରୀ ସଦାନନ୍ଦ ଗାଡିପାଇଲେ, ORMAS ର ଶ୍ରୀ ସପନ ଗୋସ୍ୱାମୀ ଓ ଶ୍ରୀ ମନୋଜ ପାତ୍ର FPO ମାନଙ୍କ ସ୍ଥାୟୀ ବିକାଶ, ନୂତନ ସୁଯୋଗ ଓ ବଜାର ଯୋଗାଣ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମାପନୀ ସଭାରେ FPO ମାନଙ୍କୁ ସ୍ୱାଧୀନ, ସ୍ଥାୟୀ ଓ ବଜାରମୁଖୀ କରିବା ପାଇଁ ଏକ ସ୍ପଷ୍ଟ ରୋଡ୍‌ମାପ୍ ପ୍ରସ୍ତୁତ କରାଗଲା । 10K FPO ଯୋଜନା ଓଡ଼ିଶାର କୃଷକଙ୍କୁ ଏକ ସଂଗଠିତ ଏବଂ ସୁଦୃଢ଼ ଆର୍ଥିକ ସ୍ଥିତି ଯୋଗାଇବାରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି ।