ସାଲେପୁରରେ କଂଗ୍ରେସ ପକ୍ଷରୁ ଏଫ.ଏମ .କଲେଜ ମୃତା ଛାତ୍ରୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା |

87

ସାଲେପୁର,(ଉତ୍କଳ ନ୍ୟୁଜ),୨୪.୦୭.୨୦୨୫ : ସାଲେପୁର କଂଗ୍ରେସ ର ଯୁବ ସଂଗଠକ ହରିବନ୍ଧୁ ଶତପଥୀ ଙ୍କ ନେତୃତ୍ୱ ରେ FM କଲେଜ ମୃତା ଛାତ୍ରୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସୂଚନା ମୁତାବକ FM କଲେଜର ଛାତ୍ରୀ ଆତ୍ମହୁତୀ ଦେଇଥିବା ମୃତାଙ୍କ ଏକାଦଶାହ ପାଇଁ ରାଜ୍ୟ କଂଗ୍ରେସ ସଭାପତି ଙ୍କ ଆହ୍ୱାନ କର୍ମେ ଓଡ଼ିଶାର ପ୍ରତ୍ୟକ ନିର୍ବାଚନୀ ମଣ୍ଡଳୀରେ ମୃତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଉଛି |ଏହି ପରିପ୍ରେକ୍ଷିରେ କଟକ ଜିଲ୍ଲାର ସାଲେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ର ଯୁବ ସଂଗଠକ ହରିବନ୍ଧୁ ଶତପଥୀଙ୍କ ନେତୃତ୍ୱ ରେ ସାଲେପୁର କଂଗ୍ରେସ ପକ୍ଷରୁ ମୃତା ଛାତ୍ରୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ଶତାଧିକ କାର୍ଯ୍ୟକର୍ତ୍ତା ମୃତା ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଯେଉଁ ପର୍ଯ୍ୟନ୍ତ ମୃତା ଛାତ୍ରୀ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଚାଲିବ ବୋଲି କଂଗ୍ରେସ ଯୁବ ସଂଗଠକ ହରିବନ୍ଧୁ ଶତପଥି ଉପସ୍ଥିତ କର୍ମୀଙ୍କୁ ଉଦଭୋଦାନ ଦେଲା ବେଳେ ,ସମସ୍ତେ ଏକାଠି ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଥିଲେ |