କଟକ (ଉତ୍କଳ ନ୍ୟୁଜ ) ୨୧-୦୩-୨୦୨୫ : ବେଆଇନ ମାଟି ଚାଲାଣ ବେଳେ ମାଡି ବସିଲା ଟାଙ୍ଗି ପୋଲିସ | ଟାଙ୍ଗି ଥାନା ଅନ୍ତର୍ଗତ ଶାଳ ଗାଁ ଗ୍ରାମପଂଚାୟତ ରାମଚନ୍ଦ୍ରପୁର ଗ୍ରାମ ରେ ଚୋରା ମାଟି ଚାଲାଣ ସୂଚନା ପାଇ ଟାଙ୍ଗି ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ନିର୍ଦେଶ କ୍ରମେ ଏଏସଆଇ ସୁନୀଲ ସାମଲ ଓ ଅନ୍ୟ ଷ୍ଟାଫ ମାନେ ଉକ୍ତ ସ୍ଥାନ ରେ ବେଆଇନ ଭାବେ ମାଟି ଖୋଳାହେଉଥିବା ବେଳେ ଚଢ଼ାଉ କରି ଗୋଟିଏ ଜେସିବି , ତିନୋଟି ଟ୍ରାକ୍ଟର ଜବତ କରିବା ସହ କେଶ ନଂ ୮୧ / ୨୫ ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି |

ଗିରଫ ବ୍ୟକ୍ତି ମାନେ ହେଲେ ବାଣୀ ପଦା ବନ୍ଦାଳ ଗ୍ରାମ ର ପ୍ରଶାନ୍ତ ପ୍ରଧାନ , ରାମଚନ୍ଦ୍ର ପୁର ଗ୍ରାମ ର ଲକ୍ଷ୍ମୀଧର ସେଠି , ଭଗତପୁର ଗ୍ରାମ ର ବାବୁରାମ , ଓ କାଟେଣୀ ଗ୍ରାମ ର ଅବିନାଶ ନାୟକ | ଅନ୍ୟପକ୍ଷେ ଘଟଣା ତଦନ୍ତ ଚଳାଇଛି ଟାଙ୍ଗି ଥାନା ପୋଲିସ |