କଖଡି,(ଉତ୍କଳ ନ୍ୟୁଜ),୧୭.୦୭.୨୦୨୫ : ଆଜି କଖଡି ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସହ ଶତାଧିକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସୌମ୍ୟାଶ୍ରୀ ଙ୍କ ଆତ୍ମହତ୍ୟା ପାଇଁ ପ୍ରତିବାଦ ସ୍ୱର ତୀବ୍ରତର ହୋଇଛି । ଶତାଧିକ ଛାତ୍ର ଛାତ୍ରୀ ମାନେ ମୋହନ ସରକାରଙ୍କ ଶାସନ କାଳରେ ଓଡ଼ିଶା ରେ ସ୍କୁଲ , କଲେଜ , ଉନିଭର୍ସିଟୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନେ ବାରମ୍ବାର ସେକ୍ସସୁଆଲ ହାରାଶ୍ ମେଣ୍ଟ ହେଉଛନ୍ତି । ସୌମ୍ୟାଶ୍ରୀ ଭଳି ଛାତ୍ରୀ ଶୋଷଣ ର ଶିକାର ହେବା ପରେ ଖୋଦ ଲୋକଙ୍କ ସରକାର କହିଥିବା ମୋହନ ସରକାରଙ୍କ ସମସ୍ତ ବିଭାଗ କୁ ଜଣାଇଥିଲେ ମଧ୍ୟ ସରକାର ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନାହାନ୍ତି । ଏଭଳି ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ପ୍ରତି ସମସ୍ତ ଛାତ୍ର ଛାତ୍ରୀଙ୍କ ପ୍ରତି ଶିକ୍ଷା ଗ୍ରହଣ କରିବା ପାଇଁ ଇଚ୍ଛା କରୁନାହାନ୍ତି । ଯାହା ଫଳରେ ଚଳିତ ବର୍ଷ ମଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ରେ ସିଟ ଫାଙ୍କା ଅଛି । ସମସ୍ତ ବିଫଳତା କୁ ଚାପି ଦେଇ ସୌମ୍ୟାଶ୍ରୀ ଙ୍କ ପରିବାର କୁ ସରକାର ୨୫ ଲକ୍ଷ ଘୋଷଣା କରିବା ସାରା ରାଜ୍ୟରେ ସରକାରଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ହୋଇଛି । ପ୍ରତିବାଦ କାରିମାନେ ବିଜୁ ଛାତ୍ର ସମ୍ପାଦକ ଦିନେଶ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ନରେନ୍ଦ୍ର କୁମାର ସାହୁ , ନାରାୟଣ ସାହୁ , ରଞ୍ଜନ କୁମାର ମୁଦୁଲି , ରବିଦ୍ର ଦଳାଇ , ସତ୍ୟପ୍ରିୟ ମହାନ୍ତି , ରଞ୍ଜନ ମୁଦୁଲି , ଶକ୍ତିକାନ୍ତ ସାହୁ , ଅଭିଜିତ ସାହୁ ସରକାରଙ୍କ ବିରୁଦ୍ଧରେ ଜୋରଦାର ପ୍ରତିବାଦ କରିଥିଲେ ।