୬୦ ଫୁଟ ପାଣି ଟାଙ୍କି ଉପରୁ ଉଦ୍ଧାର ହେଲା ଷଣ୍ଢ ।

42

ତିହିଡି,(ଉତ୍କଳ ନ୍ୟୁଜ),୨୯.୦୮.୨୦୨୫ : ୬୦ ଫୁଟ ପାଣି ଟାଙ୍କି ଉପରକୁ ଉଠି ପ୍ରଶାସନକୁ ନାକେଦମ କରିଥିଲା ଷଣ୍ଢ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ଅଧିନ ତଳବନ୍ଧ ଗାଁରେ ଏମିତି ଘଟଣା ଦେଖିବା ପାଇଁ ମିଳିଛି । ଆଜି ଦିନ ସମୟରେ ପାଣି ଟାଙ୍କୀର ପାହାଚ ଦେଇ ଷଣ୍ଢଟି ଉପରକୁ ଉଠି ଯାଇଥିଲା । ଯାହାକୁ ଦେଖି ଗ୍ରାମବାସୀ ମାନେ ପ୍ରଶାସନକୁ ଖବର ଦେଇଥିଲେ । ୬୦ ଫୁଟ ପାଣି ଟାଙ୍କୀ ଉପରକୁ ଚଢ଼ିଥିବା ଷଣ୍ଢକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ , ତିହିଡି ପ୍ରାଣୀ ସମ୍ପଦ ଅଧିକାରୀ ଉପସ୍ଥିତ ରହିଥିଲେ । ସୂର୍ଯ୍ୟାସ୍ତ ପରେ ଷଣ୍ଢକୁ ଦଉଡିରେ ବାନ୍ଧି ଉପରୁ ତଳକୁ ଅଣାଯାଇଥିବା ପଶୁ ଚିକିତ୍ସକ କହିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।