ବିଜେଡି ପକ୍ଷରୁ ପ୍ରତିବାଦ ରାଲି ଓ ଆରଡିସି ଅଫିସ ଆଗରେ ଶାନ୍ତି ପୂର୍ଣ୍ଣ ଧାରଣା |

116

କଟକ,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : କଟକରେ ଗର୍ଜ଼ୀଲା ବିଜେଡି, ଓଡ଼ିଶାରେ ନାରୀ ମାନଙ୍କ ଉପରେ ହୋଉଥିବା ଅତ୍ୟାଚାର, ବିଗତ ଦିନରେ ବାଲେଶ୍ୱର ସୌମ୍ୟଶ୍ରୀ ଘଟଣା ତଥା ପୁରୀ ବଗଲା ଠାରେ ଦୁର୍ବୁତ୍ତ ମାନେ ପୋଡିଦେଇଥିବା ନାବାଳିକା ଘଟଣା ଏବଂ ରାଜ୍ୟରେ ସବୁଦିନ ଘଟୁଥିବା ଅପରାଧିକ ଘଟଣା କୁ ନେଇ ବିଜେଡି ଦଳ ପକ୍ଷରୁ ଏକ ସମାବେଶ କରି ଏକ ପ୍ରତିବାଦ ରାଲି କରି ଆର ଡି ସି ଅଫିସ ଆଗରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବେ,ଏହି ସମାବେଶରେ ବିଜେଡି ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରତାପ ଜେନା, ବରିଷ୍ଠ ନେତା ଅଶୋକ ପଣ୍ଡା, ମେୟର ସୁବାସ ସିଂ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ତଥା ଅନେକ ବିଜେଡି କର୍ମକର୍ତ୍ତା , ଏହି ସମାବେଶରେ ଯୋଗ ଦେଇଥିଲେ |