ଭଦ୍ରକ-ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ କରିବା ଦାବିରେ ଭଦ୍ରକ ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ରେଳରୋକ ଆନ୍ଦୋଳନ |

71

ତିହିଡି,(ଉତ୍କଳ ନ୍ୟୁଜ),୧୫.୦୭.୨୦୨୫ : ଭଦ୍ରକ-ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳ ଚଳାଚଳ କରିବା, ଧାମରା ବନ୍ଦରରେ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି, ଧାମରା- ଭଦ୍ରକ ରେଳପଥ ପାଇଁ ଜମି ଓ ଘର ହରାଇଥିବା ସାଧାରଣ ଲୋକଙ୍କ ପୁଅ ଝିଅଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ଦେବା, ଧାମରା- ଭଦ୍ରକ ୨ୟ ଓ ୩ୟ ରେଳପଥ ନିର୍ମାଣ ରେ କାର୍ଯ୍ୟରତ କ୍ଷୁଦ୍ର ଠିକାଦାରଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ, ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶୋଷଣ ବନ୍ଦ କରିବା, ଭଦ୍ରକ ଜିଲ୍ଲାର ପାରିପାର୍ଶ୍ବିକ ବିକାଶ କରାଯିବା ଆଦି ଦାବି ନେଇ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ଓ ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ମିଳିତ ଭାବେ ଭଦ୍ରକ- ଧାମରା ରେଳପଥରେ ଜନ୍ତୁଆଳି ଛକ ନିକଟରେ ରେଳରୋକ ଆନ୍ଦୋଳନ ସଂଗଠିତ କରାଯାଇଛି । ଏହି ଆନ୍ଦୋଳନରେ ଭଦ୍ରକ- ଧାମରା ରେଳ ସଂଗ୍ରାମ ସଭାପତି ବିକାଶ ନାଥ, ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ରାଜ୍ୟ ସଂପାଦକ ଅଞ୍ଜନ ଦାସ, ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ଉପଦେଷ୍ଟା ମଳୟ ଭୋଇ , ସଂଗ୍ରାମ ସମିତିର ଅନ୍ୟତମ ଉପଦେଷ୍ଟା ସୁଶାନ୍ତ ଜେନା, ଅନ୍ୟତମ ଉପଦେଷ୍ଟା ଗଦାଧର ପଣ୍ଡା, ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଓଡିଶା କ୍ଷୁଦ୍ର ଠିକାଦାର ସଂଘ ଭଦ୍ରକ ଜିଲ୍ଲା ସଂପାଦକ ଅନୀଲ ରାଉତ, ସିପିଆଇ(ଏମ) ନେତା ଗଦାଧର ମଲ୍ଲିକ, ମହିଳା ନେତ୍ରୀ ଶୁଭ୍ରା ରାଉତ, ଚାଷୀ ନେତା ମାଗୁଣି ସିଂ, ବିସ୍ଥାପିତ ଅମୂଲ୍ୟ ଦାସ, ବିସ୍ଥାପିତ ଅଚ୍ୟୁତାନନ୍ଦ ଦାସ, ଚାଷୀ ବଂଶୀଧର ମାହୁନ୍ତ, ଯଦୁମଣି ମହାଳିକ, ରବିନ୍ଦ୍ର ବଳ, ଯୁବ ନେତା ପ୍ରଦୀପ ମହାଳିକ, ରମାକାନ୍ତ ଦାସ, ଛାତ୍ର ନେତା ରଞ୍ଜନ ସିଂ, ମହିଳା ନେତ୍ରୀ ମାମି ସିଂ ପ୍ରମୁଖ ନେତୃତ୍ବ ନେଇଥିଲେ । ଭଦ୍ରକ- ଧାମରା ରେଳପଥରେ ଯାତ୍ରୀବାହୀ ଟ୍ରେନ ଚାଲିବା ଦାବିରେ ଆସନ୍ତା ସେପ୍ଟେମ୍ବର, ୧୧ ତାରିଖରେ ଭଦ୍ରକ- ଧାମରା ରେଳପଥରେ ୫ଟି ସ୍ଥାନ ଯଥାକ୍ରମେ ଧାମରା, ଜନ୍ତୁଆଳି, ବଳସାହି, ଇଛାପୁର ଓ ଭଦ୍ରକ ଠାରେ ରେଳରୋକ ଆନ୍ଦୋଳନ ସଂଗଠିତ କରାଯିବ ଓ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ଏହି ରେଳରୋକ ଆନ୍ଦୋଳନରେ ସାମିଲ ହେବେ ବୋଲି ଆନ୍ଦୋଳନକାରୀ ନେତୃତ୍ବ ଚେତାବନୀ ଦେଇଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ |