ହୃଦ୍‌ଘାତରେ ବାରୋ ସରପଞ୍ଚ ଉଦ୍ଧବ ଚରଣ ନାୟକଙ୍କ ପରଲୋକ |

317

କଟକ(ଉତ୍କଳ ନିଉଜ)୦୭/୦୭/୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାରୋ ପଞ୍ଚାୟତର ସରପଞ୍ଚ ଉଦ୍ଧବ ଚରଣ ନାୟକ (୬୭)ଙ୍କର ହୃଦଘାତରେ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇ ଯାଇଛି । ସେ ବାରୋ ପଞ୍ଚାୟତରେ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପୁନର୍ବାର ୨୦୨୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇ ସରପଞ୍ଚ ଭାବେ କାର୍ଯ୍ୟରତ ଥିଲେ । କାଁପଡ଼ା ପଞ୍ଚାୟତରୁ ମଧ୍ୟ ସେ ସମିତି ସଭ୍ୟ ଭାବେ ୨୦୧୭ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ନାୟକ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ । ଏଥିସହ ଗାନ୍ଧିନଗର ସେବା ସମବାୟ ସମିତିର ୩ ଥର ସଭାପତି ଭାବେ ନିର୍ବାଚିତ ହୋଇ ଚାଷୀମାନଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ । ସେ କଂଗ୍ରେସ ଦଳର ସମର୍ଥନରେ ଦୁଇ ଦୁଇଥର ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ବହୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ପଞ୍ଚାୟତ ଲୋକମାନଙ୍କର ସୁଖ ଦୁଃଖରେ ସାମିଲ ହୋଇ ଥିବା ବେଳେ ବହୁ ଜନହିତକର କାର୍ଯ୍ୟ କରି ପ୍ରିୟଭାଜନ ହୋଇପାରିଥିଲେ । ସେ ପଞ୍ଚାୟତ ସମିତି ବୈଠକରେ ଲୋକମାନଙ୍କ ପାଇଁ ବିଭିନ୍ନ ଦାବି ଉପସ୍ଥାପନ ସହିତ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ । ସେ ଜଣେ ଶାନ୍ତ ସରଳ, ଅମାୟିକ ବ୍ୟକ୍ତି ଭାବେ ସସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ଆକସ୍ମିକ ମୃତ୍ୟୁରେ ତିହିଡ଼ି ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ସେଠାରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଅତିରିକ୍ତ ତହସିଲଦାର ନମିତା ଧଳ, ବିଡିଓ ନିରଂଜନ ବାରିକ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, କୁନ୍ତଳା ମଳିକ, ପୁଷ୍ପାଞ୍ଜଳି ଲେଙ୍କା, ଯଶୋଦା ମଲ୍ଲିକ, ସୁପ୍ରଭା ପାଣି, ସଂଜୀବ ବେହେରା, କୈଳାସ ପରିଡ଼ା, ପ୍ରେମଲତା ବିଶ୍ୱାଳ, ଚକ୍ରଧର ଦାସ, ସମିତିସଭ୍ୟ ଚିନ୍ତାମଣି ଦାସ, ଶୁକଦେବ ମଳିକ ଓ ଜୟପ୍ରକାଶ ମଲିକ ପ୍ରମୁଖଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଂଗ୍ରେସର ବରିଷ୍ଠ ନେତା ଅମୀୟ ମହାପାତ୍ର, ଦିଗମ୍ବର ଦାସ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, କଂଗ୍ରେସ ନେତା ମୀନକେତନ ସେନାପତି, ଗଣେଶ ମଳିକ, ସୁଧାଂଶୁ ମାହୁନ୍ତ, ବେଣୁଧର ଦାସ, ସର୍ବେଶ୍ୱର ବେହେରା, ସୁଦର୍ଶନ ସ୍ୱାଇଁ, ବସନ୍ତ ନାୟକ, ନିତ୍ୟାନନ୍ଦ ପତି, ନରହରି ନାୟକ ଓ ଶିକ୍ଷାବିତ ନାରାୟଣ ଚନ୍ଦ୍ର ବାରିକ ପ୍ରମୁଖ ଶ୍ରୀ ନାୟକଙ୍କ ମର ଶରୀରେ କଂଗ୍ରେସ ଦଳୀୟ ପତାକା ଦେଇ ସମ୍ମାନ ଜଣାଇବା ସହ ଶ୍ରଦ୍ଧାସୁମନ ଜଣାଇଥିଲେ । ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବିଜେଡି ବରିଷ୍ଠ ନେତା ଡାକ୍ତର ସଂଜୟ ଦାସ, କମଳାକାନ୍ତ ଲେଙ୍କା, ସୁଧାଂଶୁ ମହାଳିକ, କୀର୍ତ୍ତନ ରାଉତ, ବିଶ୍ୱରଂଜନ ନାୟକ, ବିଜେପି ନେତା ଉମାକାନ୍ତ ଦାସ, ରଘୁନାଥ ପାତ୍ର, ଭରତ ସାହୁ, ରଘୁନାଥ ମଳିକ, ରାମଚନ୍ଦ୍ର ନାୟକ, ମଣ୍ଡଳ ସଭାପତି ସାଇସରଣ ବେହେରା, କେଶବ ବେହେରା, କମ୍ୟୁନିଷ୍ଟ ନେତା ସତ୍ୟବ୍ରତ କୁଣ୍ଡ, ସମାଜସେବୀ ଶଚିକାନ୍ତ ନାୟକ, ପାର୍ଥସାରଥୀ ନାୟକ, କୁମାର ଗଙ୍ଗାଧର, ରଂଜୁଲତା ଗାହାଣ ପ୍ରମୁଖ ଶବାଧରରେ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଅଶୋକ କୁମାର ଦାସ, ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟକ, ବିଷ୍ଣୁବ୍ରତ ରାଉତରାୟ, ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂଦ ମଂଜୁଲତା ମଣ୍ଡଳ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, କଂଗ୍ରେସର ଯୁବନେତା ସତ୍ୟାନନ୍ଦ ରାଉତ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ଓ ରାଜନେତାମାନେ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।