କଟକ (ଉତ୍କଳ ନ୍ୟୁଜ) ୨୬.୫.୨୦୨୫ : ଚୌଦ୍ୱାର ସର୍କଲ ଜେଲରେ ଶନିବାର ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି | ସେ ହେଉଛନ୍ତି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଜାରିପଡା ପଂଚାୟତ ସାମନ୍ତପୁର ଗ୍ରାମର ବିଷ୍ଣୁପ୍ରସାଦ ସ୍ୱାଇଁ (୩୨)| ଜେଲ ପରିସରରେ ଥିବା ଏକ ଆମ୍ବଗଛରେ ଗାମୁଛା ସାହାଯ୍ୟରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି |ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇନାହିଁ |ସୂଚନା ଆନୁସାରେ , ସମ୍ପର୍କୀୟ ଭାଇକୁ ହତ୍ୟା ଅଭିଯୋଗରେ ବିଷ୍ଣୁପ୍ରସାଦ ଓ ତାଙ୍କ ସ୍ତ୍ରୀ ବିନୀତା ସ୍ୱାଇଁ ୨୦୨୧ ମସିହାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ | ସମ୍ପୂର୍ଣ ସିସିଟିଭି ବଳୟ ଭିତରେ ଥିବା ଏହି ଜେଲ ରେ କିପରି ଜଣେ କଏଦୀ ଆତ୍ମହତ୍ୟା କଲେ , ନ ଏହା ପଛରେ ଅନ୍ୟକିଛି କାରଣ ରହିଛି ତାହା ଏବେ ମୃତକଙ୍କ ପରିବାରଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି | ଅନ୍ୟପକ୍ଷେ ପୋଲିସ ତଦନ୍ତ ଓ ସବା ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁ ପଛର ଆଉ କିଛି କାରଣ ରହିଛି ତାହା ଜଣାପଡିବ ବୋଲି ଅନୁମାନ କରାଯାଉଛି |