ଚୌଦ୍ୱାର,(ଉତ୍କଳ ନ୍ୟୁଜ),19.୦୮.୨୦୨୫ : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଆହ୍ୱାନ କ୍ରମେ ଚୌଦ୍ୱାର ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ମହାବିଦ୍ୟାଳୟର ଫାଟକ ନିକଟରେ "କାର୍ଯ୍ୟବନ୍ଦ" ଆନ୍ଦୋଳନ କରିଛନ୍ତି | ୦୧.୦୬.୨୦୦୮ ମସିହା ଠାରୁ ୦୧.୦୬.୨୦୧୮ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନରେ ଅନ୍ତର୍ଭୁକ୍ତ କରିବା ଏକମାତ୍ର ଦାବି ରହିଛି |ବିଗତ ଦିନରେ ୪୯୭ ଦିନ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଅହୋରାତ୍ର ଧାରଣା , ଦସ୍ତଖତ ଅଭିଯାନ , ପଥପ୍ରାନ୍ତ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ ସଂସଦ ଓ ବିଧାୟକ ମାନଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି | ସାରା ଓଡ଼ିଶାରେ ୫୦୦୦ରୁ ଉର୍ଦ୍ଧ ଅଧ୍ୟାପକ ଓ କର୍ମଚାରୀ ମାନେ ସ୍ୱଳ୍ପ ଦରମାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି | ବାରମ୍ବାର ଦାବିପତ୍ର ଓ ଧାରଣା ଦେବା ପରେ ମଧ୍ୟ ସରକାରଙ୍କ ଆନ୍ତରିକତା ରହୁନାହିଁ | ଅଗଷ୍ଟ ୧୬ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା "କାର୍ଯ୍ୟବନ୍ଦ" ଆନ୍ଦୋଳନ ଅନିର୍ଦ୍ଧିଷ୍ଟକାଳ ପାଇଁ ଚାଲୁ ରହିବ ବୋଲି କୁହାଯାଇଛି | ଏହି ଆନ୍ଦୋଳନରେ ମହାବିଦ୍ୟାଳୟର ଅଧ୍ୟାପକ ରତିକାନ୍ତ ସ୍ୱାଇଁ , ଆରଣ୍ୟକ ରାଉତରାୟ ,ପ୍ରତାପ ଘଡ଼ାଇ ,ରଚିତ ବେହେରା ,ଝୁନୁରାନୀ ଦାସ ,କର୍ମଚାରୀ ପରେଶ ବେଉରା ,ସୂର୍ଯ୍ୟକାନ୍ତ ସାହୁ ,ସସ୍ମିତା ଆଚାର୍ଯ୍ୟ ,ଲୋହରୀ ଲୋପାମୁଦ୍ରା ରାଉତରାୟ ,ଅଶୋକ କୁମାର ଦାସ, ରଶ୍ମିରଞ୍ଜନ ମଙ୍ଗରାଜ ,ପ୍ରଭାସିନୀ ଜେନା ,ଶ୍ରୀକାନ୍ତ ନାୟକ ,କାହ୍ନୁଚରଣ ବେହେରା ,ଲକ୍ଷ୍ମୀଧର ବେଉରା , ଅଧ୍ୟାପିକା ସୁଚିସ୍ମିତା ମହାନ୍ତି ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ |