ରାଜ୍ୟ ବ୍ରାହ୍ମଣ ମହାସଂଘର ଅଧିବେଶନ |

104

କଟକ ( ଉତ୍କଳ ନ୍ୟୁଜ ) ୦୩-୨- ୨୦୨୬ : ରିଖ ରାଜ୍ୟ ବ୍ରାହ୍ମଣ ମହାସଂଘର ଅଧିବେଶନ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଡ଼ ସଦାନନ୍ଦ ଦୀକ୍ଷିତ ଅଧ୍ୟକ୍ଷତାରେ ପ୍ରଭୁ ଜଗନ୍ନାଥ ସ୍ମୃତି ଉଚ୍ଚାରଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। କଟକ ଜିଲ୍ଲାର ବ୍ରାହ୍ମଣ ମହାସଭାର ସାଧାରଣ ସମ୍ପାଦକ ନୃସିଂହ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏବଂ ସଭାରେ ଉପସ୍ଥିତ କର୍ମ କର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ବୈକୁଣ୍ଠ ନାଥ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜପ୍ରସାଦ ଦାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବକ୍ତା ରାମକୃଷ୍ଣ ଦାସ ଯୋଗ ଦେଇ ରାଜ୍ୟର ବ୍ରାହ୍ମଣ ମହାସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ସ୍ତରରେ କିଭଳି ବ୍ରାହ୍ମଣ ମାନଙ୍କ ସମସ୍ୟା ସରକାରଙ୍କ ପାଖରେ ପହଁଞ୍ଚିବା ଦରକାର ସେଥିପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି ମତପୋଷଣ କରିଥିଲେ। ରାଜ୍ୟ କାର୍ଯ୍ୟକାରି ସଭାପତି କିଶୋର ଚନ୍ଦ୍ର ପଣ୍ଡା,ଜିଲ୍ଲା କାର୍ଯ୍ୟକାରୀ ସଭାପତି ମୁରଲୀ ଧର ହୋତା,ପ୍ରମୋଦ କୁମାର ମିଶ୍ରଙ୍କ ସହିତ ଜିଲ୍ଲାରୁ ଆସୁଥିବା ଅନେକ ବ୍ରାହ୍ମଣ ସମାଜର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ନରସିଂହ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।