ଓମ୍ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ |

46

କଟକ ( ଉତ୍କଳ ନ୍ୟୁଜ ) ୦୨-୦୩-୨୦୨୬ : ମହାନଦୀ ବିହାର ସ୍ଥିତ ଓମ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୭ତମ ବାର୍ଷିକ ଉତ୍ସବ ମହାନଦୀ ଭବନ,ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କଟକ ଚୌଦ୍ଵାର ପ୍ରଭାତ ରଞ୍ଜନ ବିଶ୍ୱାଳ,ସମ୍ମାନିତ ଅତିଥି ସିଏମସି ଓ୍ବାର୍ଡ ନଂ ୪୭ କର୍ପୋରେଟର ସୁବ୍ରତ ଘଡେଇ ମୁଖ୍ୟ ବକ୍ତା ବିଶ୍ଵଜିତ୍ ସୂର୍ଯ୍ୟବଂଶୀ, ଏମଡିଏର ସମ୍ପାଦକ ଓ ସମାଜ ସେବୀ ସଞ୍ଜୟ କୁମାର ଜେନା,ଦି ଲିଙ୍କ ଆଖି ପ୍ରତିଷ୍ଠାନର ନିର୍ଦ୍ଦେଶକ ଆଲୋକ କୁମାର ସାହୁ,କଟକ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ପରିକ୍ଷିପ୍ତ ପାତ୍ର,ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଶ୍ରୀତମ ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜ୍ଞାନ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଶକ୍ତି ପ୍ରସାଦ ମହାନ୍ତି,ଡାଇରେକ୍ଟର ଜାଭିୟର ସ୍କୁଲ୍, ଶ୍ରୀ ଉଲ୍ଲାସ ଚନ୍ଦ୍ର ବେହୁରା, ଏମ,ଡି,ହ୍ଵାଇଟ କକ୍ଷନଭାସ ଏବଂ ଶ୍ରୀ ମହାଦେବ ସାହୁ,ଏମ, ଡି, ଏସ୍,ଟି,ପି,ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ।ଏହି ସଭାରେ ସଭାକୁ ପରିଚାଳନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ମଧୁସ୍ମିତା ଖଣ୍ଡୁଆଲ।